ହୁଣ୍ଡାଇ ଲଞ୍ଚ୍‌ କଲା ଦେଶର ପ୍ରଥମ ଇଲେକ୍ଟ୍ରିକ୍‌ କାର୍‌, ଏହାର ଦର ଉଚ୍ଚ ମଧ୍ୟବିତ୍ତ ଗ୍ରାହକଙ୍କୁ ସୁହାଇବ

ନୂଆଦିଲ୍ଲୀ: ଯେତେବେଳେ ଭଲ ଡିଜାଇନ୍‌, ଭଲ ଫିଚର୍‌, ଭଲ ଗୁଣ ଓ ନିରାପଦ ବିଶିଷ୍ଟ ଗାଡ଼ିର କଥା ଉଠେ ତ ହୁଣ୍ଡାଇର ନାମ ଆଗକୁ ଆସେ। ହୁଣ୍ଡାଇର ଯେତେ ବି କାର୍‌ ଲଞ୍ଚ୍‌ ହୋଇଛି ପ୍ରାୟ ସେ ସମସ୍ତ କାର୍‌ ଲୋକଙ୍କ ମନକୁ ଛୁଇଁ ପାରିଛି।

ଆଗରୁ ଅନେକ କମ୍ପାନି ଇଲେକ୍ଟ୍ରିକ୍‌ କାର୍‌ ତିଆରି କରିବାର ସ୍ୱପ୍ନ ଦେଖିଛନ୍ତି। ମାତ୍ର ସେ ସ୍ୱପ୍ନକୁ ସତ କରିବାର ବାଜିମାତ୍‌ ପ୍ରଥମେ ହୁଣ୍ଡାଇ କରିଛି। ହୁଣ୍ଡାଇ କମ୍ପାନି ‘କୋନା’ ନାମରେ ତା’ର ପ୍ରଥମ ଇଲେକ୍ଟ୍ରିକ୍‌ କାର୍‌ ବଜାରକୁ ଛାଡ଼ିଛି। ଏହି ଗାଡ଼ିଟି ବଜାରକୁ ଆସିବା  ପରେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଏହାର ଦାମ ରହିଛି ୨୫.୩୦ ଲକ୍ଷ ଟଙ୍କା।

The Financial Express

କୋନା ହେଉଛି ଭାରତର ପ୍ରଥମ ଇଲେକ୍ଟ୍ରିକ୍‌ ସଭ୍‌। ଡିଜାଇନ୍‌ ଦୃଷ୍ଟିରୁ ଏହା ହୁଣ୍ଡାଇର ଅନ୍ୟ ସମସ୍ତ କାର୍‌କୁ ମାତ୍‌ ଦେବା ପରି ହୋଇଛି। ଏଥିରେ ୧୩୬ ପିଏଚ୍‌ ପାଓ୍ଵାରର ବ୍ୟାଟେରି ବ୍ୟବହୃତ ହୋଇଛି।

ଏଥିରେ ଇକୋ ମୋଡ, କମ୍ଫର୍ଟ ମୋଡ ଓ ସ୍ପୋର୍ଶ ଡ୍ରାଇଭ୍‌ ମୋଡ ଉପଲବ୍ଧ। ଏସି ଚାର୍ଜରରେ ୬.୫ ଘଣ୍ଟା ଚାର୍ଜରେ ବସିଲେ ବ୍ୟାଟେରି ଫୁଲ୍‌ ଚାର୍ଜ ହୋଇଯିବ। ଡିସି ଚାର୍ଜରରେ ୫୭ ମିନିଟ୍‌ରେ ୮୦ ପ୍ରତିଶତ ଚାର୍ଜ ହୋଇଯିବ।

ସମ୍ବନ୍ଧିତ ଖବର