ରପ୍ତାନି ନିରୀକ୍ଷଣ ସଂସ୍ଥା ଉପ-କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର: ରପ୍ତାନି ନୀରିକ୍ଷଣ ପରିଷଦ ଏବଂ ରପ୍ତାନି ନିରୀକ୍ଷଣ ଏଜେନ୍ସି-କୋଲକାତାର ଭୁବନେଶ୍ୱର ଉପକାର୍ଯ୍ୟାଳୟ ପଟିଆସ୍ଥିତ ଚନ୍ଦକା ଶିଳ୍ପାଞ୍ଚଳରେ ଆଜି ଉଦ୍‌ଘାଟିତ ହୋଇଛି। ଏହି କାର୍ଯ୍ୟାଳୟକୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ଉଦ୍‌ଘାଟନ କରିଛନ୍ତି। କାର୍ଯ୍ୟାଳୟ ସହିତ ପରୀକ୍ଷାଗାର ମଧ୍ୟ ଖୋଲିଛି। ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ଯୁଗ୍ମ ସଚିବ ତଥା ରପ୍ତାନି ନିରୀକ୍ଷଣ ପରିଷଦର ଅଧ୍ୟକ୍ଷ ସନ୍ତୋଷ କୁମାର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର