ନୂଆଦିଲ୍ଲୀ: ରପ୍ତାନିରେ ଭାରତ ଏକ ବଡ଼ ରେକର୍ଡ କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ରପ୍ତାନି ୪୦,୦୦୦ କୋଟି ଡଲାରରୁ ଅଧିକ ହୋଇଛି ଯାହା ୨୦୨୦-୨୧ରେ ୨୯,୨୦୦ କୋଟି ଡଲାର ଥିଲା। ଗତବର୍ଷ ତୁଳନାରେ ରପ୍ତାନି ୩୭% ବଢ଼ିଛି। ଆର୍ଥିକ ବର୍ଷ ଶେଷ ହେବାର ୯ ଦିନ ପୂର୍ବରୁ ରପ୍ତାନି ଲକ୍ଷ୍ୟ ହାସଲ ହୋଇପାରିଛି। ପ୍ରଥମ ଥର ପାଇଁ ଭାରତ ଏତେ ଅଧିକ ରପ୍ତାନି କରିବାରେ ସଫଳ ହୋଇଛି। ଆତ୍ମନିର୍ଭର ଭାରତ ଯାତ୍ରାରେ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ସେ ଚାଷୀ, ବୁଣାକାର, ଏମ୍ଏସ୍ଏମ୍ଇ ସଂସ୍ଥା, ନିର୍ମାତା ଓ ରପ୍ତାନିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ରପ୍ତାନିରେ ରେକର୍ଡ: ପ୍ରଥମ ଥର ୪୦,୦୦୦ କୋଟି ଡଲାର ଟପିଲା
/sambad/media/post_attachments/wp-content/uploads/2022/03/export.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)