ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ କୋଇଲା ଯୋଗାଣ ପାଇଁ ରେଳବାଇର ଅତିରିକ୍ତ ରେକ୍ ବ୍ୟବହାର

ନୂଆଦିଲ୍ଲୀ: ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଗୁଡ଼ିକୁ କୋଇଲା ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇ ଦ୍ୱାରା ଅତିରିକ୍ତ ଟ୍ରେନ୍ ଏବଂ ରେକ୍‌ ବ୍ୟବହାର ଆରମ୍ଭ କରାଯାଇଛି। ରେଳବାଇ କୋଇଲା ପରିବହନକୁ ବୃଦ୍ଧି କରିଛି। ଏପ୍ରିଲରେ ରେଳବାଇ ବିତ୍ୟୁତ୍ ଉତ୍ପାଦନ କେନ୍ଦ୍ର ଗୁଡ଼ିକରେ କୋଇଲା ଲୋଡିଂକୁ ପ୍ରାଥମିକତା ଦେବା ପାଇଁ ଅନେକ ପଦକ୍ଷେପ ନେଇଛି। ଏହା ଫଳରେ ଏକ ସପ୍ତାହ ମଧ୍ୟରେ କୋଇଲା ଯୋଗାଣରେ ୧୦%ରୁ ଅଧିକ ବୃଦ୍ଧି ଘଟିଛି। ସୂଚନା ଅନୁଯାୟୀ, କୋଇଲା ଟ୍ରେନ୍‌ର ଗତିବିଧିକୁ ପ୍ରାଥମିକତା ଦିଆଯାଇଛି ଏବଂ ଲୋଡିଂ ଠାରୁ ଆରମ୍ଭ କରି ଯାତ୍ରା ସମୟ ଏବଂ ଶେଷରେ ଅନଲୋଡିଂ ପର୍ଯ୍ୟନ୍ତ ସମୟ ଚକ୍ରରେ ପ୍ରତ୍ୟେକ ଟ୍ରେନ୍ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି। ଭାରତୀୟ ରେଳବାଇ ଦୀର୍ଘ ଦୂରତା ବିଶିଷ୍ଟ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପର୍ଯ୍ୟନ୍ତ କୋଇଲା ଚଳାଚଳକୁ ପ୍ରାଧାନ୍ୟ ହେଇଛି, ଯାହା ଦ୍ୱାରା ଏହା ପ୍ରତିଫଳିତ ହେଉଛି ଯେ ଗତ ୫ ଦିନରେ କୋଇଲା ଟ୍ରେନର ହାରାହାରି ଗତି ୭ ରୁ ୧୦ ଏପ୍ରିଲ୍ ତୁଳନାରେ ହାରାହାରି ୭% ବୃଦ୍ଧି ପାଇଛି। କୋଇଲା ଟ୍ରେନ୍ ହାରାହାରି ଗତି ବୃଦ୍ଧି ହେବା ଦ୍ବାରା ଏହି ଷ୍ଟକ୍ ପାଇଁ ସମାନ ରେକ୍‌ର ଦୁଇଟି କ୍ରମାଗତ ଲୋଡିଂ ମଧ୍ୟରେ ରହିଥିବା ସମୟରେ ୧୦% ହ୍ରାସ ଘଟିଛି।

ସମ୍ବନ୍ଧିତ ଖବର