ଏଫ୍‌ସିଏ ପାଳନ କରିବ ‘ଜିପ୍‌ ୪x୪ ମାସ’

ଭୁବନେଶ୍ୱର: ଫିଏଟ୍‌ କ୍ରିସ୍‌ଲର୍‌ ଅଟୋମୋବାଇସ (ଏଫ୍‌ସିଏ) ପକ୍ଷରୁ ଭାରତରେ ଜିପ୍‌ ୪x୪ ମାସ ପାଳନ କରାଯିବ। ଏହି ଅବସରରେ ଯେଉଁ ଗ୍ରାହକମାନେ ଜିପ୍‌ର ୪x୨ ଗାଡ଼ି କିଣିବାକୁ ବୁକିଙ୍ଗ କରିଛନ୍ତି ସେମାନେ ନୂଆ ୪x୪କୁ ଅପ୍‌ଗ୍ରେଡ୍‌ କରିପାରିବେ। ଅତିରିକ୍ତ ୫୦ ହଜାର ଟଙ୍କା ଦେଇ ସେମାନେ ଏହି ସୁବିଧା ପାଇପାରିବେ। ଏହି ସୁବିଧା ଏପ୍ରିଲ୍‌ ୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏଫ୍‌ସିଏ ଇଣ୍ଡିଆ ପକ୍ଷରୁ ସମ୍ଭାବ୍ୟ ଗ୍ରାହକ ଓ ଉତ୍ସାହୀ ଗ୍ରାହକଙ୍କ ପାଇଁ ମୁମ୍ବାଇ, ପୁନେ ଓ ହାଇଦ୍ରାବାଦରେ ଚଳିତ ମାସରେ ଏକ ୪x୪ ଡ୍ରାଇଭ୍‌ ତଥା ଜିପ୍‌ ବ୍ରାଣ୍ଡ୍‌ ଅନୁଭୂତି କାର୍ଯ୍ୟକ୍ରମ କ୍ୟାମ୍ପ୍‌ଜିପ୍‌ ଆୟୋଜନ କରାଯିବ ବୋଲି କଂପାନିର ସଭାପତି କେଭିନ୍‌ ଫ୍ଲାଇନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର