ଛୋଟ ପିଲାଙ୍କ ଫେସ୍‌ ମାସ୍କ

କରୋନା ମହାମାରୀର ଦ୍ବିତୀୟ ଲହର ଶେଷ ହୋଇନଥିବା ବେଳେ ତୃତୀୟ ଲହରରେ ଛୋଟ ପିଲାମାନେ ଅଧିକ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଏହାକୁ ନେଇ ଅଭିଭାବକମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ପିଲାମାନଙ୍କ ସୁରକ୍ଷା ଲାଗି ସେମାନଙ୍କୁ ମାସ୍କ ପିନ୍ଧିବା ଲାଗି ବାଧ୍ୟ କରୁଛନ୍ତି। ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍ ଲାଗୁ କରାଯାଇଥିବାରୁ ଷ୍ଟୋର୍‌ରୁ ମାସ୍କ କିଣିବା ସମ୍ଭବପର ହେଉନାହିଁ। ଏଭଳି ପରିସ୍ଥିତିରେ ଲୋକମାନେ ଅନ୍‌ଲାଇନ୍‌ରୁ ନିଜ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଡିଜାଇନର୍‌ ମାସ୍କ କିଣିପାରିବେ। ଅଗ୍ରଣୀ ଇ-କମର୍ସ ସାଇଟ୍‌ରେ ଯଥା ଆମାଜନ, ଫ୍ଲିପ୍‌କାର୍ଟ, ମିନ୍ତ୍ରା ଆଦିରୁ ଲୋକମାନେ ଛୋଟ ପିଲାଙ୍କ ପାଇଁ ମାସ୍କ କିଣିପାରିବେ।

ପିଲାମାନଙ୍କ ଲାଗି ବିକ୍ରି ହେଉଥିବା ମାସ୍କରେ ଅନେକ ପ୍ରକାର ସୁବିଧା ରହିଛି। ଅନେକ ମାସ୍କ ଭୂତାଣୁରୁ ୯୯% ସୁରକ୍ଷା ଦେଉଥିବା ବେଳେ କିଛି ମାସ୍କରେ ୫ ସ୍ତରର ସୁରକ୍ଷା ରହିଛି। ସେଗୁଡ଼ିକୁ ସଫା କରି ଏକାଧିକ ବାର ବ୍ୟବହାର କରିହେବ। କିଛି ମାସ୍କ ୧୦୦% ଅର୍ଗାନିକ୍ କଟନରେ ତିଆରି କରାଯାଇଛି। ଛୋଟ ପିଲାଙ୍କ ଫେସ୍ ମାସ୍କରେ ଫ୍ଲେକ୍ସିବଲ୍ ନୋଜ୍ ପିନ୍, ଆଡ୍‌ଜଷ୍ଟ୍‌ ‌ହୋଇପାରୁଥିବା ଇୟର୍‌ ଲୁକ୍ ବ୍ୟବହାର କରାଯାଇଛି। ମାସ୍କଗୁଡ଼ିକର ନୋଜ୍ ପିନ୍‌କୁ ମଧ୍ୟ ଆଡ୍‌ଜଷ୍ଟ୍‌ କରିହେବ। ଏକ ବର୍ଷରୁ ୪ ବର୍ଷ, ୪-୧୨ ବର୍ଷ ଏବଂ ୧୨-୧୮ ଭଳି ବୟସ ବର୍ଗ ପାଇଁ ବିଭିନ୍ନ ପ୍ରକାର ମାସ୍କ ବିକ୍ରି ହେଉଛି। ଏକରୁ ୪ ବର୍ଷର ପିଲାମାନେ ଏକ୍ସଏସ୍‌, ୪-୧୨ ବର୍ଷର ପିଲାମାନେ ଏସ୍‌ ଓ ୧୨-୧୮ ବର୍ଷର ପିଲାମାନେ ଏମ୍ ଆକାରର ମାସ୍କ ବ୍ୟବହାର କରିପାରିବେ। ପିଲାମାନଙ୍କୁ ଯେଭଳି ପସନ୍ଦ ଆସିବ ସେଥିପାଇଁ କିିଛି କଂପାନି ମାସ୍କରେ ଲୋକପ୍ରିୟ କାର୍ଟୁନ ଚରିତ୍ରଗୁଡ଼ିକୁ ସ୍ଥାନ ଦେଇଛନ୍ତି।

ଅନ୍‌ଲାଇନ୍‌ରେ ପିଲାମାନଙ୍କ ପାଇଁ ବିକ୍ରି ହେଉଥିବା ମାସ୍କଗୁଡ଼ିକର ଦାମ୍ ୯୯ ଟଙ୍କା ଭଳି କମ୍ ଦାମ୍‌ରୁ ଆରମ୍ଭ ହୋଇଛି। ପି ସେଫ୍ ବ୍ରାଣ୍ଡ୍‌ର ଫେସ୍‌ ମାସ୍କ ଦାମ୍ ୯୯ ଟଙ୍କା ରହିଛି। ଏହି ଦାମ୍‌ରେ ଡୋଗୋ ଫେସ୍‌ ମାସ୍କ ମଧ୍ୟ ବିକ୍ରି ହେଉଛି। ଫାଷ୍ଟ୍‌ କ୍ରାଏ ଇଣ୍ଡିଆ ତରଫରୁ ୨୮୫ ଟଙ୍କିଆ କିଡସ୍‌ ଫେସ ମାସ୍କ ପ୍ୟାକ୍ ବିକ୍ରି କରାଯାଉଛି। ଏଭଳି କିଛି ଫେସ୍‌ ମାସ୍କ ରହିଛି ଯାହାର ଦାମ୍ ୨୦ ହଜାର ଟଙ୍କା ରଖାଯାଇଛି। ତେବେ ୧୦୦୦ ଟଙ୍କାରୁ କମ୍ ମୂଲ୍ୟର ମାସ୍କ ଅଧିକ ବିକ୍ରି ହେଉଥିବା ଜଣାପଡ଼ିଛି।

କଂପାନି
ଟୋସିଡୋ, ଜେବିଏନ୍ କ୍ରିଏସନ୍, ଅକ୍ଷରା, ସେରା, ନେଷ୍ଟରୁଟସ୍‌, ଏଫ୍ ଗିୟର, ଡି ଚିକା, ନଟି ନିନୋସ୍, ଆଲେନ୍ ସୋଲି ଜୁନିଅର

ସମ୍ବନ୍ଧିତ ଖବର