ଲୋଗୋ ଚୋରି କରିଥିବା ନେଇ ଫେସ୍‌ବୁକ ଉପରେ ଆରୋପ ଲଗାଇଲା ଏହି ବ୍ୟାଙ୍କ

ନୂଆଦିଲ୍ଲୀ : ଫେସ୍‌ବୁକ୍‌ ଉପରେ ଲୋଗୋ ନକଲ କରିବାର ଅଭିଯୋଗ ଆଣିଲା ଅନ୍‌ଲାଇନ୍‌ ବ୍ୟାକିଂ କମ୍ପାନୀ କରେଣ୍ଟ । ଫେସ୍‌ବୁକ୍‌ କିଛି ଦିନ ତଳେ କାଲିବ୍ରା ନାମକ ଏକ ଡିଜିଟାଲ କରେନ୍ସି ଓ୍ଵଲେଟ ଲଞ୍ଚ କରିବାର ଘୋଷଣା କରିଥିଲା । ଏହା ସହ କାଲିବ୍ରାର ଲୋଗୋ ମଧ୍ୟ ସେୟାର କରିଥିଲା । ଏବେ କାଲିବ୍ରାର ଲୋଗୋ ସାମ୍ନାକୁ ଆସିବା ପରେ ଅନ୍‌ଲାଇନ୍‌ ବ୍ୟାକିଂ କମ୍ପାନୀ କରେଣ୍ଟ ଲୋଗୋ କପି କରିବାର ଅଭିେଯୋଗ ଆଣିଛି । ଦୁଇଟି ଲୋଗୋକୁ ନେଇ ଟୁଇଟ୍‌ କରିବା ସହ ଫେସ୍‌ବୁକ୍‌କୁ ପରିହାସ କରିଛି କରେଣ୍ଟ ।

କରେଣ୍ଟର ଲୋଗୋରେ ଭିନ୍ନ ଭିନ୍ନ ରଙ୍ଗ ରହିଥିବା ବେଳେ ଫେସ୍‌ବୁକ୍‌ ନିଜ କାଲିବ୍ରା ଲୋଗୋରେ କେବଳ ଗୋଟେ ରଙ୍ଗ ବ୍ୟବହାର କରିଥିବା ଦେଖା ଯାଇଛି । ଦୁଇଟି ଲୋଗୋ ରଖି, ଯେତେବେଳେ ଗୋଟେ ରଙ୍ଗ ବାକି ରହିଯାଏ ଏଭଳି ହୁଏ ବୋଲି ଲେଖି ଟୁଇଟ୍‌ କରିଛି କରେଣ୍ଟ । ଟୁଇଟ୍‌ କରାଯାଇଥିବା ଫଟୋରେ କେବଳ ରଙ୍ଗରେ ଭିନ୍ନତା ରହିଥିବା ଦେଖା ଯାଇଛି ।

ସୂଚନା ମୁତାବକ, ଫେସ୍‌ବୁକ ବ୍ୟବହାରକାରୀଙ୍କୁ ଏକ ନୂଆ ଅନୁଭବ ଦେବା ପାଇଁ କାଲିବ୍ରା ଲଞ୍ଚ କରିବାକୁ ଯାଉଛି ଫେସ୍‌ବୁକ୍‌ । ଏହା ମାଧ୍ୟମରେ ଲୋକେ ଟଙ୍କା ସଞ୍ଚୟ ସହ ଖର୍ଚ୍ଚ ଏବଂ ଅନ୍ୟକୁ ପଠାଇ ମଧ୍ୟ ପାରିବେ । ଏହା ସହ କୌଣସି ବିଲ୍‌ ଭରିବା ବା କୌଣସି ଜିନିଷ ମଧ୍ୟ ଚାହିଁଲେ କାଲିବ୍ରା ମାଧ୍ୟମରେ ଲୋକେ କିଣିପାରିବେ । ତେବେ ଏହାକୁ ୨୦୨୦ରେ ଲଞ୍ଚ କରାଯାଇପାରେ ବୋଲି ସୂଚନା ମିଳିିଛି ।

ସମ୍ବନ୍ଧିତ ଖବର