ଜିଓର ୯.୯% ଅଂଶଧନ କିଣିବ ଫେସବୁକ, ଟେକନୋଲୋଜି କ୍ଷେତ୍ରରେ ଭାରତର ସବୁଠୁ ବଡ଼ ବିଦେଶୀ ପୁଞ୍ଜିନିବେଶ

ଏଣିକି ହ୍ୱାଟସ୍ଆପରେ ମଗାଇହେବ ତେଜରାତି ସାମଗ୍ରୀ

ମୁମ୍ବାଇ : ଏଣିକି ହ୍ୱାଟସ୍ଆପ ମାଧ୍ୟମରେ ଲୋକମାନେ ଘରକୁ ବିଭିନ୍ନ ଖାଉଟି ସାମଗ୍ରୀ ମଗାଇପାରିବେ । ହ୍ୱାଟସ୍ଆପ ଓ ରିଲାଏନ୍ସ ରିଟେଲ ମଧ୍ୟରେ ହୋଇଥିବା ଏକ ବୁଝାମଣା ଅନୁସାରେ ତେଜରାତି ଦୋକାନୀମାନଙ୍କ ପରି  କ୍ଷୁଦ୍ର ବ୍ୟବସାୟୀମାନେ ରିଲାଏନ୍ସର ଅନଲାଇନ ଗ୍ରୋସରୀ ଡେଲିଭରୀ ପ୍ଲାଟଫର୍ମ ଜିଓମାର୍ଟରେ ପଂଜୀକରଣ କରିପାରିବେ । ଗ୍ରାହକମାନେ ହ୍ବାଟ୍ସଆପ ମାଧ୍ୟମରେ ନିଜ ଆଖପାଖରେ ଥିବା ତେଜରାତି  ଦୋକାନରୁ ସାମଗ୍ରୀ ମଗାଇପାରିବେ ।

ହ୍ବାଟ୍ସଆପର ମୂଳ କମ୍ପାନି ଫେସବୁକ ପକ୍ଷରୁ ୪୩,୫୭୪ କୋଟି ଟଙ୍କା ପୁଞ୍ଜିନିବେଶ କରିବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ଓ ଫେସବୁକ୍ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହି ନିବେଶ ମାଧ୍ୟମରେ ଫେସବୁକ ଜିଓର ୯.୯ ପ୍ରତିଶତ ଅଂଶଧନ ଅଧିକାର କରିବ । ଏହାକୁ ଭାରତୀୟ ଟେକନୋଲୋଜି ଶିଳ୍ପରେ ସବୁଠାରୁ ବଡ଼ ବିଦେଶୀ ପୁଞ୍ଜିନିବେଶ ବୋଲି କୁହାଯାଉଛି ।

ଫେସବୁକ୍ ଓ ଜିଓ ମଧ୍ୟରେ ସହଭାଗିତା ଅନେକ ଦୃଷ୍ଟିରୁ ଚର୍ଚ୍ଚାରେ ରହିଛି । ବିଶ୍ୱର ଯେକୌଣସି ଦେଶରେ ଓ ସ୍ଥାନରେ କୌଣସି ଏକ ପ୍ରଯୁକ୍ତି କଂପାନି ତରଫରୁ ସଂଖ୍ୟାଲଘୁ ଅଂଶଧନରେ ଏହା ହେଉଛି ସର୍ବବୃହତ ନିବେଶ ଏବଂ ଭାରତରେ ପ୍ରଯୁକ୍ତି କ୍ଷେତ୍ରରେ ସର୍ବବୃହତ ଏଫଡିଆଇ ବା ବୈଦେଶିକ ପୁଞ୍ଜିନିବେଶ । ଏହି ନିବେଶ ମୂଲ୍ୟ ଜିଓ  ବଜାର ପୁଞ୍ଜି ଆଧାରରେ ଭାରତର ଶ୍ରେଷ୍ଠ ୫ ତାଲିକାଭୁକ୍ତ କଂପାନି ମଧ୍ୟରେ ସ୍ଥାନ ଦେଇଛି ।

ସମ୍ବନ୍ଧିତ ଖବର