‘ଫେସିଆଲ୍‌ ରେକୋଗ୍‌ନିସନ୍‌ ସିଷ୍ଟମ୍‌’ ବନ୍ଦ କରିବାକୁ ଘୋଷଣା କଲା ‘ଫେସ୍‌ବୁକ୍‌’

ନୂଆଦିଲ୍ଲୀ: ‘ଫେସିଆଲ୍‌ ରେକୋଗ୍‌ନିସନ୍‌ ସିଷ୍ଟମ୍‌’ ବା ମୁହଁରୁ ପରିଚୟ ଜାଣିବା ବ୍ୟବସ୍ଥା ବନ୍ଦ କରୁଥିବା କଥା ମଙ୍ଗଳବାର ଦିନ ପ୍ରଖ୍ୟାତ ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ ଘୋଷଣା କରିଛି।

‘ଫେସ୍‌ବୁକ୍‌’ର ଉପାଧ୍ୟକ୍ଷ ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ ଜିରୋମ୍‌ ପିସେନ୍ତି ଏକଥା ଘୋଷଣା କରିଛନ୍ତି। ପିସେନ୍ତି ଦେଇଥିବା ବିବୃତି ଅନୁସାରେ, ଲୋକେ ଆଉ ଫଟୋ ଓ ଭିଡିଓରୁ ଆପଣାଛାଏଁ ପରିଚିତ ହେବେ ନାହିଁ।

Image Courtesy of India Today

ଉକ୍ତ ବିବୃତିରେ ଲେଖାଅଛି, ଆମେ ‘ଫେସ୍‌ବୁକ୍‌’ରେ ‘ଫେସ୍‌ ରେକଗ୍‌ନିସନ୍‌ ସିଷ୍ଟମ୍‌’ ବନ୍ଦ କରୁଛୁ। ଏଥିପ୍ରତି ସମ୍ମତି ଦେଇଥିବା ଲୋକେ ଆଉ ଫଟୋ ଓ ଭିଡିଓଦ୍ୱାରା ଆପଣାଛାଏଁ ପରିଚିତ ହେବେ ନାହିଁ। ଆମେ ଏ ବିଲିୟନ୍‌ରୁ ଅଧିକ ଜନତାଙ୍କ ବ୍ୟକ୍ତିଗତ ‘ଫେସିଆଲ୍‌ ରେକୋଗ୍‌ନିସନ୍‌ ଟେମ୍ପ୍ଲେଟ୍‌’ ‘ଡିଲିଟ୍‌’ କରିଦେବୁ।

‘ଫେସ୍‌ବୁକ୍‌’ର ଉପରୋକ୍ତ ପଦକ୍ଷେପ ନେତ୍ରହୀନ ଓ ଦୃଷ୍ଟି-ବାଧିତ ଲୋକଙ୍କ ପାଇଁ ଫଟୋର ବର୍ଣ୍ଣନା ଦେଉଥିବା ‘ଅଟୋମେଟିକ୍‌ ଅଲ୍‌ଟ୍‌ ଟେକ୍ସଟ୍‌’କୁ (ଏଏଟି) ମଧ୍ୟ ପ୍ରଭାବିତ କରିବ। ସବିଶେଷ ବିବରଣୀ ଅନୁଯାୟୀ, ଉକ୍ତ ପରିବର୍ତ୍ତନ ପରେ ‘ଏଏଟି ଡେସ୍କ୍ରିପସନ୍‌’ ଆଉ ଫଟୋରୁ ଚିହ୍ନି ହେଉଥିବା ଲୋକମାନଙ୍କ ନାଁ ସାମିଲ ନ କରି ସ୍ୱାଭାବିକ ଭାବେ ପୂର୍ବବତ କାର୍ଯ୍ୟ କରିବ।

ବିବୃତିରେ ‘ଫେସ୍‌ବୁକ୍‌’ ‘ଫେସିଆଲ୍‌ ରେକୋଗ୍‌ନିସନ୍‌ ସିଷ୍ଟମ୍‌’ର ସକାରତ୍ମକ ଓ ନକାରାତ୍ମକ ଦିଗ ଏବଂ ସେ ଜନିତ ବିପଦ ବିଷୟରେ ଯୁକ୍ତି ଉପସ୍ଥାପନ କରିଛି।

ସମ୍ବନ୍ଧିତ ଖବର