ସର୍ଚ ବାର୍‌ରେ ଦିଶିଲା ଶିଶୁମାନଙ୍କୁ ନେଇ ଅରୁଚିକର ଭିଡିଓ ସଜେସନ୍‌, କ୍ଷମା ମାଗିଲା ଫେସ୍‌ବୁକ୍‌

ନୂଆଦିଲ୍ଲୀ: ଫେସ୍‌ବୁକ୍‌ର ସର୍ଚ ସ୍ଥାନରେ ଭିଡିଓ ସର୍ଚ କରିବାରୁ ଶିଶୁମାନଙ୍କୁ ନେଇ ଅଶ୍ଳୀଳ, ଅରୁଚିକର ଓ ଆପତ୍ତିଜନକ ଭିଡିଓ ସଜେସନ୍‌ ଦୃଶ୍ୟମାନ ହେବା ପରେ ଫେସ୍‌ବୁକ୍‌ ବିରୋଧରେ ଗୁରୁବାର ରାତ୍ରିରେ ଅଭିଯୋଗ ଆସିଥିଲା। ଏହା କିପରି ହୋଇଛି ତାହା ଜାଣିନାହିଁ ବୋଲି ସଫେଇ ଦେଇ ଫେସ୍‌ବୁକ୍‌ ପକ୍ଷରୁ ଏନେଇ କ୍ଷମା ପ୍ରାର୍ଥନା କରାଯାଇଛି।

ଯେପରି ଗୁଗୁଲ୍‌ରେ କିଛି ସର୍ଚ କଲେ ସର୍ଚ ବାର୍‌ରେ ସେହି ସଂପର୍କିତ ଲେଖା ଦୃଶ୍ୟମାନ ହୋଇଥାଏ। ଠିକ୍‌ ସେହିପରି ଗୁରୁବାର ଭୋର୍‌ ୪ଟା ସମୟରେ ଫେସ୍‌ବୁକ୍‌ରେ ‘ଭିଡିଓ ଅଫ୍‌’ ବୋଲି ସର୍ଚ କଲେ ଶିଶୁମାନଙ୍କୁ ନେଇ ଆପତ୍ତିଜନକ ଲେଖା ଦୃଶ୍ୟମାନେ ହୋଇଥିଲ।

ଏ ନେଇ ଟୁଇଟ୍‌ରେ ଅନେକ ଲୋକ ସ୍କ୍ରିନ୍‌ସଟ୍‌ ମାରି ପୋଷ୍ଟ୍‍ କରିଥିଲେ। ତେବେ ଫେସ୍‌ବୁକର ସର୍ଚ ବାର୍‌ରେ ଦୃଶ୍ୟମାନ ହୋଇଥିବା ଲେଖାଗୁଡ଼ିକ ଭିତରେ ଥିଲା ‘ ଭିଡିଓ ଅଫ୍‌ ଗର୍ଲ ସକିଙ୍ଗ୍‌ ଡିକ୍‌ ଅଣ୍ଡର୍‌ ଓ୍ଵାଟର୍‌, ‘ଭିଡିଓଜ୍‌ ଅଫ୍‌ ସେକ୍ସୁଆଲ୍‌’, ‘ଭିଡିଓ ଅପ୍‌ ଲିଟିଲ୍‌ ଗର୍ଲ ଗିଭିଂ ଓରାଲ୍‌’ ଇତ୍ୟାତି। ଅନ୍ୟ ଭାଷାରେ ବି ଏହିପରି ସବୁ ଦେଖିବାକୁ ମିଳିଥିଲା ବୋଲି ଅଭିଯୋଗ ହୋଇଛି।

ଏହାକୁ ନେଇ ଫେସ୍‌ବୁକ୍‌ କ୍ଷମା ମାଗିବା ସହ କହିଛି କି, ‘ ଏହା କିପରି ହେଲା ତାହା ଜାଣିବା ପାଇଁ ଦତନ୍ତ ଆରମ୍ଭ ହୋଇଛି। ଆମେ ଏପରି ଏକ ଆପତ୍ତିଜନକ ଖବର ବିଷୟରେ ଅବଗତ ହେବା ମାତ୍ରେ ହିଁ ସେ ସବୁକୁ ଉଡ଼ାଇ ଦେଇଛୁ। ହୁଏତ ପୂର୍ବରୁ ଲୋକେ ଏହି ପରି କଣ୍ଟେଣ୍ଟ୍‌ରେ ବହୁଳ ମାତ୍ରାରେ ସର୍ଚ କରିଥିବାରୁ ତାହା ଫେସ୍‌ବୁକ୍‌ରେ ଦୃଶ୍ୟମାନ ହୋଇଛି। ଆମେ ଯୌନ ନିର୍ଯାତନାକୁ ଆଦୌ ବି ପ୍ରୋତ୍ସାହନା ଦେଉ ନାହୁଁ।’

ସମ୍ବନ୍ଧିତ ଖବର