ଫେସ୍‌ବୁକ ତଥ୍ୟ ପ୍ରଘଟ ଘୋଟାଲା; ପେଜ୍‌ରୁ ଉଠିଗଲା ‘ଭିଉ ଆଜ୍‌’ ଫିଚର୍‌!

ଓ୍ଵାଶିଂଟନ: କେମ୍ବ୍ରିଜ ଆନାଲିଟିକା ତଥ୍ୟ ପ୍ରଘଟ ଘୋଟାଲାର ଛଅ ମାସ ମଧ୍ୟରେ ସବୁଠାରୁ ବଡ଼ ସୋସିଆଲ୍‌ ନେଟ୍‌ଓ୍ଵର୍କିଂ ସାଇଟ୍‌ ଫେସ୍‌ବୁକ୍‌ ପୁଣି ଥରେ ଏକ ପ୍ରମୁଖ ସୁରକ୍ଷା ପ୍ରଣାଳୀ ଉଲଂଘନ କରିଥିବା ଜାଣିବାକୁ ମିଳିଛି। ଏହି ଥରର ଘଟଣାରେ ପ୍ରାୟ ୫୦ ମିଲିୟନ୍‌ ବ୍ୟବହାରକାରୀ ପ୍ରଭାବିତ ହୋଇଛନ୍ତି। ଏ ନେଇ ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି ଯେ ଏହି ତଥ୍ୟ ଲିକ୍‌ ମାମଲାକୁ ତଦନ୍ତ କରାଯାଉଛି। ‘ଭିଉ ଆଜ୍‌’ ନାମକ ଏକ ଫିଚର୍‌  ଯୋଗୁଁ ଫେସ୍‌ବୁକ୍‌ରେ ଏହି ଅସୁବିଧା ଦେଖାଦେଇଛି।

କମ୍ପାନି ପକ୍ଷରୁ କୁହାଯାଇଛି କି ବ୍ୟବହାକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ‘ଭିଉ ଆଜ୍‌’ ନାମକ ଏକ ଫିଚର୍‌ ଫେସ୍‌ବୁକ୍‌ ବାହାର କରିଥିଲା। ମାତ୍ର ଜାଣିବାକୁ ମିଳିଛି ଯେ ଫେସ୍‌ବୁକ୍‌ ସେହି ଫିଚର୍‌କୁ ଏବେ ହଟାଇ ଦେଇଛି।

ଏହି ‘ଭିଉ ଆଜ୍‌’ ଫିଚର ଜରିଆରେ ବ୍ୟବହାରକାରୀ ଦେଖିପାରୁଥିଲେ ଯେ ସେମାନଙ୍କର ନିଜ ପ୍ରୋଫାଇଲ୍‌ ଅନ୍ୟ ଲୋକଙ୍କୁ କିପରି ଦିଶୁଛି। ଏହି ଫିଚର୍‌ କଭର୍‌ ପେଜ୍‌ରେ ଶୀର୍ଷରେ ଦେଖିବାକୁ ମିଳୁଥିଲା। ଯେଉଁମାନେ ବନ୍ଧୁ ତାଲିକାରେ ନାହାନ୍ତି ସେମାନଙ୍କଚ ଫ୍ରୋଫାଇଲ୍‌ କିପରି ଦିଶେ ବୋଲି ବ୍ୟବହାରକାରୀ ଦେଖିପାରୁଥିଲେ।

ଏହି ଫିଚର ଜରିଆରେ ବ୍ୟବହାରକାରୀ ଚାହିଁକରି ନିର୍ଦ୍ଦିଷ୍ଟ କେତେ ଜଣ ଲୋକଙ୍କୁ ଚୟନ କରି ପୋଷ୍ଟ୍‍ ଅପ୍‌ଲୋଡ କରିପାରୁଥିଲେ।

ମାତ୍ର ବର୍ତ୍ତମାନ ଏହି ଫିଚର୍‌କୁ ଚଳାଇବା ପାଇଁ କ୍ଲିକ୍‌ କଲେ ଏବେ ଏକ ମେସେଜ୍‌ ଆସୁଛି ଯେ ‘ପ୍ରିଭିୟୁ ମାଇଁ ପ୍ରୋଫାଇଲ୍‌’ ଫିଚର୍‌ ବର୍ତ୍ତମାନ କିଛି ସମୟ ପାଇଁ ହଟାଇ ଦିଅାଯାଇଛି।

ସମ୍ବନ୍ଧିତ ଖବର