ୟୁଜର୍‌ ଧନୀ କି ଗରିବ ଜାଣିପାରିବ ଫେସ୍‌ବୁକ୍‌

ଲଣ୍ଡନ୍‌: ୟୁଜରମାନଙ୍କ ଅର୍ଥନୈତିକ ସ୍ଥିତି କ’ଣ ତାହାକୁ ଆପେ ଜାଣିଦେବ ଫେସ୍‌ବୁକ୍‌। ଫେସ୍‌ବୁକ୍‌ ପକ୍ଷରୁ ଏ ନେଇ ଏକ ପ୍ରଯୁକ୍ତି ବିକାଶ କରାଯାଇଛି। ଏହାର ପେଟେଣ୍ଟ୍‌ ପାଇଁ କମ୍ପାନି ଆବେଦନ କରିଛି। ଫେସ୍‌ବୁକ୍‌ ଏହି ପ୍ରଯୁକ୍ତି ମାଧ୍ୟମରେ ୟୁଜର ବା ବ୍ୟବାହାରକାରୀଙ୍କୁ ୩ଟି ଆୟବର୍ଗରେ ବିଭକ୍ତ କରିପାରିବ। ସେଗୁଡ଼ିକ ହେଲା ଶ୍ରମିକ ଶ୍ରେଣୀ, ମଧ୍ୟମ ଶ୍ରେଣୀ ଓ ଉଚ୍ଚ ଶ୍ରେଣୀ। ଫଳରେ ଏହି ସୋସିଆଲ ମିଡିଆ ସେବା ପ୍ରଦାନକାରୀ କମ୍ପାନି ୟୁଜରମାନଙ୍କ ଶିକ୍ଷା ସମେତ ସେମାନେ ବାସ କରୁଥିବା ସ୍ଥାନ ଏବଂ ଇଣ୍ଟରନେଟ୍‌ ବ୍ୟବହାର ଅଭ୍ୟାସ ସମ୍ପର୍କରେ ସୂଚନା ମିଳିପାରିବ। ଏଥିରୁ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତି କଣ ତାହା ଜଣାପଡ଼ିବ ବୋଲି ଏକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଫେସ୍‌ବୁକ୍‌କୁ ଏହି ପେଟେଣ୍ଟ୍‌ ମିଳିଲେ ନିର୍ଦ୍ଦିଷ୍ଟ ବର୍ଗର ୟୁଜରଙ୍କ ନିକଟରେ କମ୍ପାନିର ବିଜ୍ଞାପନଦାତାମାନେ ପହଞ୍ଚିବା ସହଜ ହୋଇଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର