୨ ଘଣ୍ଟାରେ ଫେସ୍‌ବୁକ୍‌ ମାଲିକ ହରାଇଲେ ୧.୧୫ ଲକ୍ଷ କୋଟି

ନ୍ୟୁୟର୍କ: ଫେସ୍‌ବୁକ୍‌ର ମୁଖ୍ୟ ମାର୍କ ଜୁକରବର୍ଗ ମାତ୍ର ଦୁଇ ଘଣ୍ଟା ଭିତରେ ୧.୧୫ ଲକ୍ଷ କୋଟି ଟଙ୍କା (୧୬.୮ ବିଲିଅନ୍‌ ଡଲାର) ହରାଇଛନ୍ତି। ଆମେରିକା ଷ୍ଟକ ବଜାରରେ କଂପାନିର ସେୟାର ମୂଲ୍ୟ କମିଯିବାରୁ ଜୁକରବର୍ଗଙ୍କୁ ଏହି କ୍ଷତି ସହିବାକୁ ପଡ଼ିଛି। ଏହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଶ୍ୱ ଧନୀ ତାଲିକାରେ ସେ ଷଷ୍ଠ ସ୍ଥାନକୁ ଖସିଯାଇଛନ୍ତି। ଫେସବୁକ୍‌ର ଆୟ ଆଶା ଠାରୁ କମ୍‌ ରହିବାରୁ ଅନେକ ନିବେଶକ ସେମାନଙ୍କ ପାଖରେ ଥିବା ଫେସବୁକ୍‌ର ସେୟାର ବିକ୍ରି କରିଦେଇଥିଲେ। ଫଳରେ କଂପାନିର ସେୟାର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଥିଲା। ଆମେରିକା ଇତିହାସରେ ପ୍ରଥମ ଥର ପାଇଁ କୌଣସି କଂପାନି ଗୋଟିଏ ଦିନରେ ଏତେ ଅଧିକ କ୍ଷତି ସହିଛି।

ସମ୍ବନ୍ଧିତ ଖବର