ପ୍ରାଇଭେସି ସେଟିଂରେ ବଡ଼ ପରିବର୍ତ୍ତନ କରିଛି ଫେସବୁକ୍‌, ବ୍ୟବହାରକାରୀଙ୍କ ଡାଟା ଉପରେ ରହିବ କଣ୍ଟ୍ରୋଲ

ନୂଆଦିଲ୍ଲୀ: ଫେସ୍‌ବୁକ୍‌ରେ ଡାଟା ଲିକ୍‌ ହେବା ପରେ ଅନେକ କ୍ଷତି ସହିବାକୁ ପଡ଼ିଛି। ଡାଟା ଲିକ୍‌ ହେବାପରେ ଫେସବୁକ ନିଜର ପ୍ରାଇଭେସି ଓ ସିକ୍ୟୁରିଟି ଫିଚରରେ ବଡ଼ ପରିବର୍ତ୍ତନ ଆଣିଛି। ଡାଟା ଲିକ୍‌ ଅସୁବିଧାକୁ ଦୃଷ୍ଟିରେ ରଖି ଫେସ୍‌ବୁକ୍‌ ପ୍ରାଇଭେସି ସେଟିଂକୁ କଡ଼ାକଡ଼ି କରି ଦେଇଛି।

ମାର୍କ ଜକରବର୍ଗ ଏହି ଘଟଣାକୁ ନେଇ କିଛିଦିନ ପୂର୍ବରୁ କହିଥିଲେ, ଫେସବୁକ୍‌ରେ ଖୁବ୍‌ଶୀଘ୍ର ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଫେସ୍‌ବୁକ୍‌ ମୋବାଇଲ ଆପ୍‌ ଓ ପ୍ରାଇଭେସି ସେଟିଂ ସିଷ୍ଟମରେ ବଡ଼ ପରିବର୍ତ୍ତନ କରିଛି ଏବଂ ଦାବି କରିି କି ଫେସବୁକ୍‌ ଏହା ଉପରେ ପୂର୍ବରୁ କାମ କରୁଥିଲା। ନୂଆ ଅପଡେଟ ପରେ ବ୍ୟବହାରକାରୀ ନିଜେ ସେୟାର କରିଥିବା ଡାଟାକୁ ଡିଲିଟି କରିବା ସହିତ ଏହି ସୂଚନାକୁ ନିଜ ମୁତାବକ ସଞ୍ଚାଳିତ ମଧ୍ୟ କରିପାରିବେ। ଯାହା ଆଧାରରେ ଆପଣଙ୍କୁ ବିଜ୍ଞାପନକୁ ଦେଖି ପାରିବେ।

ଫେସବୁକ୍‌ ପ୍ରାଇଭେସି ଓ ସିକ୍ୟୁରିଟି ଫିଚର ସୁଧାରିବା ପରେ ଆପଣ ଯାହା ସେୟାର କରୁଛନ୍ତି ନିଜେ ଦେଖି ପାରିବେ କି କିଏ ଏହି ସେୟାରକୁ ଦେଖିଛନ୍ତି ଓ କି ନଦେଖିଛନ୍ତି। ବ୍ୟବହାରକାରୀ ସୂଚନା ଆକସେସ୍‌ କରିବା ପାଇଁ ଫେସ୍‌ବୁକ୍‌ ଏହି ସୁରକ୍ଷିତ ଉପାୟ ବାହାର କରିଛି। ଏହା ଜରିଆରେ ବ୍ୟବହାରକାରୀ ପୋଷ୍ଟ, ରିଆକ୍‌ସନ୍‌, କମେଣ୍ଟସ୍‌, ସର୍ଚ୍ଚ ଓ କନ୍‌ଟେଣ୍ଟସ୍‌ ଡିଟେଲ୍ସ ଆକସେସ୍‌ କରି ଡିଲିଟି କରିପାରିବେ।

ସମ୍ବନ୍ଧିତ ଖବର