ଫେସବୁକ ଆଣିଲା ନୂଆ ସୁବିଧା: ଏବେ ହ୍ବାଟ୍ସଆପ୍, ଇନଷ୍ଟାଗ୍ରାମ୍ ଓ ମେସେଞ୍ଜର ଜରିଆରେ ଟଙ୍କା ନେଣଦେଣ କରି ପାରିବେ

ନୂଆଦିଲ୍ଲୀ : ଟଙ୍କା ନେଣଦେଣ ପାଇଁ ଫେସବୁକ ଏବେ ନିଜର ଏକ ପେମେଣ୍ଟ ସିଷ୍ଟମ ଆପ୍ ଲଞ୍ଚ କରିଛି। ଏହା ସାହାଯ୍ୟରେ ଲୋକେ ଫେସବୁକ୍, ହ୍ବାଟସଆପ୍, ଇନଷ୍ଟାଗ୍ରାମ୍ ଓ ମେସେଞ୍ଜର ଜରିଆରେ ଟଙ୍କା ପଠାଇ ପାରିବେ। ପେମେଣ୍ଟ ସିଷ୍ଟମର ନାଁ ଫେସବୁକ୍ ପେ ରଖାଯାଇଥିବା ବେଳେ  ଚଳିତ ସପ୍ତାହରେ ଆମେରିକାରେ ଏହା ଫେସବୁକ୍ ଓ ମେସେଞ୍ଜରରେ ଉପଲବ୍ଧ ହେବ। ଆରମ୍ଭରୁ ଏହି ସେବା ପାଣ୍ଠିସଂଗ୍ରହକାରୀ, ଇଭେଣ୍ଟ ଟିକେଟ୍ ଓ ଫେସବୁକ୍ ମାକେର୍ଟପ୍ଲେସରେ ଥିବା କିଛି ବଛା ବଛା ପେଜ୍ ପାଇଁ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଏହା ସହ ଖୁବ୍ ଶୀଘ୍ର ଫେସବୁକ୍ ପେ’ ଇନଷ୍ଟାଗ୍ରାମ୍ ଓ ହ୍ବାଟସଆପରେ ମଧ୍ୟ ଉପଲବ୍ଧ କରିଦିଆଯିବ ବୋଲି କମ୍ପାନି ଘୋଷଣା କରିଛି।

Image result for facebook-pay-will-let-you-make-payments-through-messenger-whatsapp-and-instagram"
Gadgets NDTV

ସୂଚନା ମୁତାବକ, ୧୮ମାସ ହେଲାଣି ଭାରତରେ ହ୍ବାଟସଆପ୍ ପେ’କୁ ଆରମ୍ଭ କରିବା ନେଇ କମ୍ପାନି ଅନେକ ପରୀକ୍ଷା କରି ଆସୁଛି। ଜୁଲାଇରେ ବର୍ଷ ଶେଷ ସୁଦ୍ଧା ଏହାକୁ ଭାରତରେ ଆରମ୍ଭ କରିଦିଆଯିବ ବୋଲି କମ୍ପାନି ଘୋ‌ଷଣା କରିଥିଲା। କିନ୍ତୁ ଚଳିତ ମାସ ଆରମ୍ଭରୁ ଭାରତର କେନ୍ଦ୍ରୀୟ ବ୍ୟାଙ୍କ ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସୁପ୍ରିମକୋର୍ଟ ଆଗରେ କମ୍ପାନି ବିରୋଧରେ ଅଭିଯୋଗ ଆଣିଥିଲେ। କମ୍ପାନି ଏ ପର୍ଯ୍ୟନ୍ତ ଡାଟା ସ୍ଥାନୀକରଣ ମାନଦଣ୍ଡର ପାଳନ କରି ନାହିଁ ବୋଲି ସୁପ୍ରିମକୋର୍ଟ ଅଭିଯୋଗ ହୋଇଥିବା ବେଳେ ଏହା ହ୍ବାଟସଆପ୍ ପେ’ ଆରମ୍ଭ କରିବା ବାଟର କଣ୍ଟା ସାଜିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଭାରତରେ ନ ହେଲେ ମଧ୍ୟ ଆମେରିକାରେ ଫେସବୁକ ପେ’କୁ ଆରମ୍ଭ କରି ଦିଆଯାଇଥିବା ବେଳେ ଏହା ସେଠାରେ ଉପଲବ୍ଧ ଥିବା ‘ଗୁଗଲ ପେ’, ଆପଲ ପେ’, ଭେନମୋ ଓ ସ୍କୋୟରକୁ ଟକ୍କର ଦେବ। ଫେସବୁକର କୋଟି କୋଟି ବ୍ୟବହାରକାରୀଙ୍କୁ ଦେଖି ଏହାକୁ ଆରମ୍ଭ କରାଯାଇଥିବା ବେଳେ କମ୍ପାନି ଏହି ପେମେଣ୍ଟ ସିଷ୍ଟମଟି ସଫଳ ହେବାର ଆଶା ରଖିଛି। ଇନଷ୍ଟାଗ୍ରାମ୍ ଓ ହ୍ବାଟସଆପରେ ଏହି ସୁବିଧା ଉପଲବ୍ଧ ହେଲେ ଲୋକେ ସିଧାସଳଖ ଭାବେ ଆପ୍ ଜରିଆରେ ପୋଷାକ କିଣିବା ସହ ପରିବାର ଓ ବନ୍ଧୁମାନଙ୍କୁ ଟଙ୍କା ପଠାଇ ପାରିବେ।

ସମ୍ବନ୍ଧିତ ଖବର