ଭାରତ ସରକାରଙ୍କ ନୋଟିସର ଉତ୍ତର ପଠାଇଲା ଫେସବୁକ, ଆଗକୁ ସତର୍କ ହେବୁ

ନୂଆଦିଲ୍ଲୀ : ସୋସିଆଲ ନେଟଓ୍ଵାର୍କିଂ ସାଇଟ୍‌ ଫେସବୁକକୁ ଭାରତ ସରକାର ପଠେଇଥିବା ପତ୍ରର ଉତ୍ତର କମ୍ପାନି ଦେଇଛି । ଭାରତରେ ଲୋକମାନଙ୍କ ବ୍ୟକ୍ତିଗତ ଗୋପନୀୟତା ରକ୍ଷା ପାଇଁ କମ୍ପାନି ପ୍ରତିଶୃତିବଦ୍ଧ ଓ ଏହାକୁ ନିଶ୍ଚିତ ଭାବରେ ରକ୍ଷା କରାଯିବ । ଗୋପନୀୟତା ରକ୍ଷା ପାଇଁ କମ୍ପାନି କେତେକ ବୈଷୟିକ ପରିବର୍ତ୍ତନ କରିଛି ବୋଲି ଫେସବୁକ କହିଛିି । ତେବେ କେମ୍ବିଜ ଆନାଲିଟିକା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହିଁ ।
ପୂର୍ବରୁ ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଏହି ଦୁଇ କମ୍ପାନିକୁ ସରକାର ନୋଟିସ ପଠାଇଥିଲେ ସରକାର । ଏଥିରେ ଭାରତୀୟ ନିର୍ବାଚନ ପ୍ରକ୍ରିୟାକୁ ଏହା ପ୍ରଭାବିତ କରିଥିଲା କିି ନା ସେ ସଂପର୍କରେ ମଧ୍ୟ ଜବାବ ମଗାଯାଇଥିଲା । ଫେସବୁକ ପକ୍ଷରୁ ଅନ୍ୟ କୌଣସି କମ୍ପାନିକୁ ଭାରତୀୟ ଲୋକମାନଙ୍କ ଡାଟା ପ୍ରଦାନ କରାଯାଇଥିଲା କି ନା ସେ ସମ୍ପର୍କରେ ମଧ୍ୟ ତଥ୍ୟ ମଗାଯାଇଥିଲା । ତେବେ ଏହାର ଉତ୍ତରରେ କେମ୍ବ୍ରିଜ ଆନାଲିଟିକା କହିଥିଲା ଯେ ଫେସବୁକଠାରୁ କୌଣସି ଡାଟା ଅଣାଯାଇନାହିଁ । ଭାରତୀୟ ନାଗରିକଙ୍କ କୌଣସି ଡାଟା କମ୍ପାନି ପାଖରେ ନାହିଁ । କିନ୍ତୁ ଫେସବୁକ ଡାଟା ଦିଆଯାଇଥିବା ବିଷୟ ମାନିଥିବାବେଳେ କେମ୍ବ୍ରିଜ ଆନାଲିଟିକା ମାନୁ ନାହିଁ ।

ସମ୍ବନ୍ଧିତ ଖବର