ଠପ୍‌ ହୋଇଯାଇଥିଲା ଫେସବୁକ୍‌ ସେବା !

ନୂଆଦିଲ୍ଲୀ: ସୋସିଆଲ ନେଟୱାର୍କିଂ ସାଇଟ ଫେସବୁକ୍‌ ରବିବାର ବିଶ୍ୱର କେତେକ ସ୍ଥାନରେ କିଛି ସମୟ ପାଇଁ ଏକରକମ ଠପ୍‌ ହୋଇଯାଇଥିଲା । ଯେଉଁଥିପାଇଁ ଫେସବୁକ ବ୍ୟବହାରକାରୀମାନେ କିଛି ସମୟ ପାଇଁ ନ୍ୟୁଜ୍‌ ଫିଡ ଦେଖି ପାରି ନଥିଲେ । କିନ୍ତୁ ଫେସବୁକ୍‌ ଆପ୍‌ ଠିକ୍‌ ଭାବେ କାମ କରୁଥିଲା । ଫେସବୁକ୍‌ ସର୍ଭର ଡାଉନ ଥିବା ବେଳେ ୟୁଜର୍ସ ନ୍ୟୁଜ ଫିଡ୍‌ ଦେଖିପାରୁ ନଥିଲେ ସତ କିନ୍ତୁ ପ୍ରୋଫାଇଲ ପେଜରେ କୌଣସି ସମସ୍ୟା ହୋଇ ନଥିଲା।

ତେବେ ଏହା କେଉଁ କାରଣରୁ ହୋଇଥିଲା ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ  କୌଣସି ସ୍ପଷ୍ଟ ସୂଚନା ମିଳିପାରି ନଥିଲା। ଏପରିକି ଫେସବୁକ ପକ୍ଷରୁ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନାହିଁ।

ବ୍ୟବହାରକାରୀମାନେ ଫେସବୁକ୍‌ ପେଜ୍‌ ଡାଉନ ଥିବା ଟୁଇଟ କରି ଜଣାଇଛନ୍ତି । ଏପରିକି ଫେସବୁକ ପେଜ ଖୋଲିଲେ ଏରର ଦେଖାଇବା ସହ ଟ୍ରାଇ ରିଫ୍ରେସିଙ୍ଗ ଦ ପେଜ୍‌ ଲେଖା ଦେଖିବାକୁ ମିଳିଥିଲା ।ଏହାପୂର୍ବରୁ ଗତ ମାସରେ ମଧ୍ୟ କିଛି ସମୟ ପାଇଁ ଫେସବୁକ୍‌ ସର୍ଭର ଡାଉନ ହୋଇଥିବାର ଘଟଣା ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର