ଫେସବୁକ୍‌ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ଜାରି ହେଲା ‘କ୍ଲିୟର ହିଷ୍ଟ୍ରି’ ବଟନ୍‌, ବ୍ୟବହାରକାରୀଙ୍କୁ ମିଳିବ ଅନେକ ଫାଇଦା

ନୂଆଦିଲ୍ଲୀ: ଫେସବୁକ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ବ୍ୟବହାରକାରୀଙ୍କ ଗୋପନୀୟତାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛି ଫେସବୁକ। ଯଦି ଆପଣ ଫେସବୁକ ବ୍ୟବହାର କରୁଛନ୍ତି, ତେବେ ଏଣିକି ଆପଣ ଆପଣଙ୍କ ବ୍ରାଉଜିଙ୍ଗ ହିଷ୍ଟ୍ରି ଡିଲିଟ୍‌ କରିପାରିବେ। ଆଉ ଏଥିପାଇଁ ଆପଣଙ୍କୁ ଏକ ପ୍ରକ୍ରିୟାକୁ ଅନୁକରଣ କରିବାକୁ ହେବ। ପ୍ରଥମେ ଫେସବୁକର ମୋବାଇଲ୍‌ ଆପ୍ ଓପନ କରି ସେଟିଙ୍ଗ୍‌ସକୁ ଯାଆନ୍ତୁ। ଏଠାରେ ଆପଣଙ୍କୁ ଏକ ସୂଚୀ ଦେଖାଯିବ। ଏହି ସୂଚୀରେ ଆକାଉଣ୍ଟ ସେଟିଙ୍ଗ, ସିକ୍ୟୁରିଟି, ପ୍ରାଇଭେସି ଏବଂ ଇୟୋର ଫେସବୁକ ଇନଫର୍ମମେସନର କାଟାଗୋରି ରହିଛି।

“Your Facebook Information ଭିତରେ ‘Off-Facebook Activity’’ ଅପସନ୍‌ ରହିଛି। ଏହାକୁ କ୍ଲିକ୍‌ କରିବା ପରେ ଆପଣଙ୍କୁ କେତେକ ବିକଳ୍ପ ମିଳିବ। ସବୁଠାରୁ ଉପରେ ସେହି ଆପର ଆଇକନ୍‌ ଦେଖାଯିବ, ଯାହାକି ଆପଣଙ୍କ କାର୍ଯ୍ୟକଳାପକୁ ଫେସବୁକ୍‌ ସହ ସେୟାର କରିଥାଏ। ଏଠାରେ ଯେତିକି ଆଇକନ୍‌ ଦେଖାଯିବ, ଆପଣ ଜାଣିବେ ଯେ, ଆପଣଙ୍କ ତଥ୍ୟ ଫେସବୁକ ସହ ସେୟାର କରାଯାଇଛି।

ଉଦାହରଣ ସ୍ବରୂପ, ଯଦି ଆପଣ କୌଣସି ଅନଲାଇନ୍‌ ଷ୍ଟୋରରୁ ପୋଷାକ କିଣୁଛନ୍ତି, ତେବେ ସେହି ଅନଲାଇନ୍‌ ରିଟେଲର ଆପଣଙ୍କ ଆକ୍ଟିଭିଟିକୁ ବିଜନେସ୍‌ ଟୁଲ ଜରିଆରେ, ଫେସବୁକ ସହ ସେୟାର କରିଥାଏ। ତେବେ ସବୁଠାରୁ ବଡ଼ କଥା ହେଉଛି, ଏହା ଅଫ୍‌ ଫେସବୁକ୍‌ ଆକ୍ଟିଭିଟି ହୋଇଥାଏ, କାରଣ ଏହାକୁ ଆପଣ ଫେସବୁକରେ କରିନଥାନ୍ତି। ଆଉ ଯେତେବେଳେ ଇ-ରିଟେଲରରେ କୌଣସି ଅଫର ଆସିଥାଏ, ସେତେବେଳେ ଫେସବୁକରେ ଆପଣଙ୍କୁ ଏହାର ବିଜ୍ଞାପନ ଦେଖାଯାଇଥାଏ। ତେବେ ଏହି ପ୍ରକାର ହିଷ୍ଟ୍ରିକୁ ଡିଲିଟ୍‌ କରିବା ପାଇଁ ଏବଂ ଆପଣଙ୍କ ପାଖରେ ସହଜ ପ୍ରକ୍ରିୟା ରହିଛି। ଅଫ୍‌ ଫେସବୁକ୍‌ ଆକ୍ଟିଭିଟିରେ ଆପଣଙ୍କୁ କ୍ଲିୟର ହିଷ୍ଟ୍ରିର ଅପସନ୍‌ ମିଳିବ। ଏହାକୁ କ୍ଲିୟର କରିବା ପୂର୍ବରୁ ଯେକୌଣସି ଡାଟା ଫେସବୁକ ସହ ସେୟାର ହୋଇଥିବ, ସେଗୁଡିକ କ୍ଲିୟର ହୋଇଯିବ।

ସମ୍ବନ୍ଧିତ ଖବର