ନୂଆଦିଲ୍ଲୀ: ମିଥ୍ୟା ଖବର ପ୍ରଚାରର ଏକ ମାଧ୍ୟମ ପାଲଟିଛି ବିଶ୍ୱର ଅଗ୍ରଣୀ ସୋସିଆଲ୍ ମିଡିଆ ଫେସବୁକ୍। ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦିତ ହେବା ପରେ ଫେସବୁକ୍ ପକ୍ଷରୁ ମିଥ୍ୟା ଖବରଗୁଡ଼ିକୁ ରୋକିବା ପାଇଁ ତିନି ପ୍ରକାର ରଣନୀତି ପ୍ରସ୍ତୁତ କରାଯାଇଛି। ଯେଉଁମାନଙ୍କ ଆକାଉଣ୍ଟ୍ ଜରିଆରେ ମିଥ୍ୟା ଖବର ପ୍ରଚାର କରାଯାଉଛି ସେଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଫେସବୁକ୍ ନିଷ୍ପତ୍ତି ନେଇଛି। ସେଭଳି ଆଉ କେତେକ ଦେଶରେ ଫେସବୁକ୍ ତୃତୀୟ ପକ୍ଷର ସହାୟତା ନେଇ ବ୍ୟବହାରକାରୀମାନେ ପୋଷ୍ଟ୍ କରୁଥିବା ଲେଖାଗୁଡ଼ିକ ଯାଞ୍ଚ କରିବ। ସେହି ଲେଖାଗୁଡ଼ିକର ସତ୍ୟାସତ୍ୟ କେତେ ତାହା ଯାଞ୍ଚ କରିବା ପରେ ରେଟିଂ ଦିଆଯିବ। ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପାଇଁ ଫେସବୁକ୍କୁ ଅନେକ ରାଷ୍ଟ୍ରରେ ବ୍ୟବହାର କରାଯାଇଛି। ଏହାକୁ ନେଇ ଫେସବୁକ୍କୁ କଡ଼ା ସମାଲୋଚନା ସାମ୍ନା କରିବାକୁ ପଡ଼ିଛି। ଏହା ବ୍ୟତୀତ ଘୃଣା ବାର୍ତାକୁ ମଧ୍ୟ ଫେସବୁକ୍ ଜରିଆରେ ପ୍ରଚାର କରାଯାଉଥିବା ଅଭିଯୋଗ କରୁଛି। ଫେସବୁକ୍ର ପ୍ରଡକ୍ଟ ମ୍ୟାନେଜର-ନିଉଜ୍ ଫିଡ୍ ଟିସା ଲାୟନ୍ସ କହିଛନ୍ତି ଯେ ମିଥ୍ୟା ଖବର ଲୋକଙ୍କ ପାଇଁ ଖରାପ ଓ ଫେସବୁକ୍ ପାଇଁ ମଧ୍ୟ ଖରାପ। ମିଥ୍ୟା ଖବର ପ୍ରଚାରକୁ ରୋକିବା ପାଇଁ ଆମେ ବିପୁଳ ପରିମାଣର ନିବେଶ କରିଛୁ। ଆମେ ଉଚ୍ଚ ସ୍ତରର ସାମ୍ବାଦିକତା ଓ ଖବର ସାକ୍ଷରତାର ପ୍ରଚାର ଦିଗରେ କାମ କରୁଛୁ। ନିକଟରେ ୟୁରୋପୀୟ ସଂସଦରେ ଫେସବୁକ୍ର ମୁଖ୍ୟ ମାର୍କ ଜୁବରବର୍ଗ କହିଥିଲେ ଯେ ଆମ ସେବାରେ ଥିବା ବିିଭିନ୍ନ ଛିଦ୍ରଗୁଡ଼ିକୁ ଆମେ ବନ୍ଦ କରୁଛୁ। ମିଥ୍ୟା ଖବର ଓ ରାଜନୈତିକ ହସ୍ତକ୍ଷେପକୁ ରୋକିବା ଦିଗରେ କାମ କରୁଛୁ। ମିଥ୍ୟା ଖବରଗୁଡ଼ିକର ସନ୍ଧାନ କରିବା ପାଇଁ ଫେସବୁକ୍ ପକ୍ଷରୁ ମେସିନ୍ ଲର୍ଣ୍ଣିଂ ପ୍ରଯୁକ୍ତି ବ୍ୟବହାର କରାଯିବ। ପ୍ରତିଦିନ ନିୟୁତାଧିକ ନକଲି ଆକାଉଣ୍ଟ୍ ଖୋଲିବାକୁ ପ୍ରୟାସ କରାଯାଉଛି ଯାହାକୁ ଫେସବୁକ୍ ଅଟକାଇ ଦେଉଛି। ମିଥ୍ୟା ଖବରଗୁଡ଼ିକ ଯେଭଳି ଅଧିକ ଲୋକଙ୍କ ପାଖରେ ନପହଞ୍ଚିବ ସେଥିପାଇଁ ଫେସବୁକ୍ ଉଦ୍ୟମ କରୁଛି। ଯେଉଁଠାରେ ପରିଚୟ ଗୋପନ ରଖି ମିଥ୍ୟା ଖବର ପ୍ରଚାର କରିବାକୁ ପ୍ରୟାସ କରାଯାଉଛି ସେଭଳି ମାମଲାରେ ଫେସବୁକ୍ ଉକ୍ତ ଆକାଉଣ୍ଟ୍କୁ ସବୁଦିନ ପାଇଁ ବନ୍ଦ କରିଦେଉଛି ଓ ସେଥିରେ ଥିବା ସବୁ ପୋଷ୍ଟ୍କୁ ନଷ୍ଟ କରିଦେଉଛି। ଯେଉଁ ପେଜ୍ ଓ େଓ୍ଵବସାଇଟ୍ ନିୟମିତ ମିଥ୍ୟା ଖବର ପ୍ରଚାର କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ମଧ୍ୟ ଫେସବୁକ୍ ବିଚାର କରୁଛି।
ମିଥ୍ୟା ଖବରକୁ ରୋକିବ ଫେସ୍ବୁକ୍
ଗୁଜବ ପ୍ରଚାରକାରୀଙ୍କ ଆକାଉଣ୍ଟ୍ ବନ୍ଦ କରିବ
/sambad/media/post_attachments/wp-content/uploads/2018/05/facebook.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)