ଏବେ ଫେସ୍‌ବୁକ୍‌ ନକଲି ବ୍ୟବହାରକାରୀଙ୍କୁ ଚିହ୍ନଟ କରିବ; ନକଲି ଆକାଉଣ୍ଟରୁ ଆସୁଥିବା ମେସେଜ୍‌ ଧରାପଡ଼ିଯିବ

ନୂଆଦିଲ୍ଲୀ : ହ୍ଵାଟ୍‌ସଆପ୍‌ ପରେ ଏବେ ଫେସ୍‌ବୁକ୍‌ ଆଣିଲା ନୂଆ ବ୍ୟବସ୍ଥା । ଫେସ୍‌ବୁକ୍‌ରେ ଲୋକମାନେ ନିଜର ନକଲି ଆକାଉଣ୍ଟ ଖୋଲି ଅପରାଧ କରୁଥିବା ବେଳେ ଏହାକୁ ରୋକିବା ପାଇଁ ବାଟ ବାହାର କରିଛି ଫେସ୍‌ବୁକ୍‌ । ବିଶ୍ୱର ସବୁଠାରୁ ଲୋକପ୍ରିୟ ସୋସିଆଲ୍‌ ମେସେଜିଙ୍ଗ୍‌ ଆପ୍‌ ହ୍ଵାଟ୍‌ସଆପ୍‌ ଜରିଆରେ ମିଥ୍ୟା ପ୍ରଚାର କରାଯାଉଥିବାର ଅଭିଯୋଗ ହେବା ପରେ ଏବେ ସବୁ ସୋସିଆଲ ମିଡ଼ିଆ ସାଇଟ୍‌ଗୁଡ଼ିକ ଚିନ୍ତାରେ ପଡ଼ିଛନ୍ତି । ଭାରତ ସରକାରଙ୍କ ଚେତାବନୀ ପରେ ହ୍ଵାଟ୍‌ସଆପ୍‌ ଏହାର ଏକ ସମାଧାନର ବାଟ ବାହାର କରିଥିବା ବେଳେ ଏବେ ଫେସ୍‌ବୁକୁ ମଧ୍ୟ ଏ ନେଇ ଆଗୁଆ ପ୍ରସ୍ତୁତି କରିଥିବା ଜଣା ପଡ଼ିଛି । ଏ ନେଇ ଫେସ୍‌ବୁକ୍‌ ଏକ ପ୍ରଯୁକ୍ତିକୁ ନେଇ ପରୀକ୍ଷା କରିବା ଆରମ୍ଭ କରିଛି । ଏହାଦ୍ୱାରା ଲୋକମାନେ ତାଙ୍କ ପାଖକୁ ବାର୍ତ୍ତା ପଠାଉଥିବା ଅଜଣା ବ୍ୟକ୍ତିଙ୍କୁ ଜାଣି ପାରିବେ ।

oneindia.com

ଏହି ପ୍ରସଙ୍ଗ ଉପରେ ନିଜ ମତ ରଖି ଫେସବୁକ୍‌ କହିଛି, ‘କମ୍ପାନି ନିଜ ବ୍ୟବହାରକାରୀଙ୍କ ପାଇଁ ଏକ ଏମିତି ସୁବିଧା ଆରମ୍ଭ କରିବାକୁ ଯାଉଛି ଯାହାଦ୍ୱାରା ଆକାଉଣ୍ଟଟି ନକଲି ନା ଅସଲି ତାହା ପୂର୍ବରୁ ଜଣା ଯାଇ ପାରିବ। ’ ଖୁବ୍‌ ଶୀଘ୍ର ଏହି ସୁବିଧାର ଫାଇଦା ସବୁ ଫେସ୍‌ବୁକ୍‌ ବ୍ୟବହାରକାରୀ ଉଠାଇପାରିବେ । ସୋସିଆଲ ମିଡ଼ିଆରୁ ନକଲି ବ୍ୟବହାରକାରୀଙ୍କ ସଂଖ୍ୟା କମାଇବା ପାଇଁ ଫେସ୍‌ବୁକ୍‌ ଏହି ପଦକ୍ଷପ ନେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର