କରୋନା ସହ ଲଢ଼ିବା ପାଇଁ ନିଜର ୪୫,୦୦୦ କର୍ମଚାରୀଙ୍କୁ ୭୪,୦୦୦ଟଙ୍କା ଲେଖାଏଁ ସହାୟତା ରାଶି ଦେବ ଫେସବୁକ୍

ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ କରୋନାଭାଇରସ୍ ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ସଂକ୍ରମଣରୁ ବଞ୍ଚିବା ପାଇଁ ବଡ଼ ବଡ଼ କାର୍ଯ୍ୟକ୍ରମକୁ ବାତିଲ କରାଯାଉଛି। ସ୍କୁଲ-କଲେଜ୍ ବନ୍ଦ ରଖାଯିବା ସହ ଅଫିସ‌ର କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ କୁହାଯାଉଛି। ତେବେ ଏଭଳି ପରିସ୍ଥିତିରେ ଫେସବୁକ୍ ନିଜ କର୍ମଚାରୀଙ୍କୁ ବୋନସ ଦେବା ନେଇ ଘୋଷଣା କରିଛି। ଫେସବୁକର ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ, କରୋନାଭାଇରସର ପ୍ରଭାବକୁ ଦେଖି କମ୍ପାନିର ସମସ୍ତ ୪୫,୦୦୦କର୍ମଚାରୀଙ୍କୁ ସହାୟତା ଆକାରରେ ୭୪,୦୦୦ଟଙ୍କା ଲେଖାଏଁ ବୋନସ ଦିଆଯିବ।

FB अपे सभी कर्माचारियों को देगा बोनस
aajtak.intoday.in

ସୂଚନା ମୁତାବକ, କମ୍ପାନିର ସମସ୍ତ କର୍ମଚାରୀଙ୍କୁ ଅପ୍ରେଲ ମାସରୁ ଏହି ସହାୟତା ରାଶି ଦିଆଯିବ। କେବଳ ଏତିକି ନୁହେଁ, ୬ମାସର ସମୀକ୍ଷା ସମୟରେ କମ୍ପାନି ଏହାର ସମସ୍ତ ୪୫ହଜାର କର୍ମଚାରୀଙ୍କୁ ଏକ୍ସିଡସ ରେଟିଂ ମଧ୍ୟ ଦେବ। ଏହାର ଅର୍ଥ ହେଲା ଫେସବୁକର କର୍ମଚାରୀମାନେ ଆଗାମୀ ସମୟରେ କରୋନା ସହିତ ଲଢ଼ିବା ପାଇଁ ବଡ଼ ବୋନସ୍ ପାଇପାରିବେ। କରୋନା ଜୀବାଣୁର ସଂକ୍ରମଣ ଆରମ୍ଭ ହେବା ପରଠାରୁ କମ୍ପାନି କାମ କରିବାକୁ ଅସମର୍ଥ ତଥା କରୋନା ଭୂତାଣୁ କାରଣରୁ ଘରେ ରହିବାକୁ ପଡ଼ୁଥିବା କର୍ମଚାରୀଙ୍କୁ ଟଙ୍କା ଦେବା ଆରମ୍ଭ କରି ଦେଇଛି। କମ୍ପାନି ସିଆଟେଲ ଏବଂ ବେ’ ଅଞ୍ଚଳରେ ରହୁଥିବା କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ କହିଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ପାଇଁ ୭୪,୦୦୦ଟଙ୍କାର ବୋନସ କେବଳ ଫୁଲ ଟାଇମ୍ କାମ କରୁଥିବା କର୍ମଚାରୀଙ୍କୁ ମିଳିବା ସହ କମ୍ପାନିର ଠିକା କର୍ମଚାରୀଙ୍କୁ ଏହି ସୁବିଧା ମିଳିବ ନାହିଁ।

ସମ୍ବନ୍ଧିତ ଖବର