ଅଫ୍‌ଲାଇନ୍‌ ଥିଲେ କିମ୍ବା ଫେସ୍‌ବୁକ୍‌ ଆକାଉଣ୍ଟ ନ ଥିଲେ ମଧ୍ୟ ଆପଣଙ୍କ ବ୍ୟକ୍ତଗତ ଡ଼ାଟା ଟ୍ରାକ୍‌ କରୁଛି ଫେସ୍‌ବୁକ୍‌, ଜାଣନ୍ତୁ କେମିତି

ହାଇଦ୍ରାବାଦ୍‌ : ଅନ୍ୟ ଆପ୍‌ର ସାହାଯ୍ୟ ନେଇ ଫେସ୍‌ବୁକ୍‌ ଅଫ୍‌ଲାଇନ୍‌ ଥିବା ବ୍ୟବହାରକାରୀ କିମ୍ବା ଆକାଉଣ୍ଟ ନ ଥିବା ଲୋକମାନଙ୍କର ଡ଼ାଟା ସଂଗ୍ରହ କରି ପାରୁଥିବା ଜଣାପଡ଼ିଛି । ରବିବାର ଜାରି କରାଯାଇଥିବା ଏକ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି । ଯଦି କେହି ବ୍ୟବହାରକାରୀ ନିଜର ଫେସ୍‌ବୁକ୍‌ ଆକାଉଣ୍ଟ ଲଗ୍‌ ଆଉଟ୍‌ କରି ରଖିଛି ବା ଯଦି କାହାର ଫେସ୍‌ବୁକ୍‌ ଆକାଉଣ୍ଟ ନାହିଁ, ତେବେ ସେ ବ୍ୟବହାର କରୁଥିବା ଅନ୍ୟ ଆପ୍‌ରୁ ଫେସ୍‌ବକ୍‌ ବ୍ୟକ୍ତଗତ ଡ଼ାଟା ସଂଗ୍ରହ କରି ପାରୁଥିବା କଥା ସାମ୍ନାକୁ ଆସିଛି ।  ଆଣ୍ଡ୍ରଏଡ୍ .ଫୋନରେ ବ୍ୟବହାର .ହେଉଥିବା ସମସ୍ତ ଆପ୍‌ ମଧ୍ୟରୁ ୬୧ପ୍ରତିଶତ ଆପ୍‌କୁ ନେଇ ପରୀକ୍ଷା କରାଯାଇଥିଲା ।

Consumer Reports

ଏହି  ଆପଗୁଡ଼ିକ ଫେସ୍‌ବୁକ୍‌ ସପ୍ଟଓୟାର ଡେଭ୍‌ଲପ୍‌ମେଣ୍ଟ କିଟ୍‌ ମାଧ୍ୟମରେ ଫେସ୍‌ବୁକ୍‌କୁ ସମସ୍ତ ଡ଼ାଟା ପଠାଉଥିବା ଜଣାପଡ଼ିଛି । ପଠାଉଥିବା ଡ଼ାଟା ମଧ୍ୟରେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଫଟୋ,ତାଙ୍କର କାର୍ଯ୍ୟ କରିବାର ଅଭ୍ୟାସ,ବ୍ୟବହାର ଏବଂ ସେମାନଙ୍କ କର୍ଯ୍ୟକଳାପ ରହିଛି । ଯେଉଁ ଆପ୍‌ଗୁଡ଼ିକକୁ ନେଇ ପରୀକ୍ଷା କରାଯାଇଥିଲେ ସେଥି ମଧ୍ୟରେ ରହିଛି, କିବ୍‌ଲା କନେକ୍ଟ,ପିରିୟଡ଼ ଟ୍ରାକର କ୍ଲୁ,ଇନ୍‌ଡିଡ୍‌,ମାଇଁ ଟକିଙ୍ଗ୍‌ ଟମ୍‌ ଇତ୍ୟାଦି ରହିଛି । ଏହି ଆପ୍‌ ଗୁଡ଼ିକ ଫୋନରେ ରହି ବ୍ୟବହାରକାରୀଙ୍କ ଠାରୁ ସଂଗ୍ରହ କରିବା ସହ ସେମାନଙ୍କ ଅଜାଣତରେ ଫେସ୍‌ବୁକ୍‌କୁ ପଠାଇଥାଏ ବୋଲି ସ୍ପଷ୍ଟ ହୋଇଛି ।

ସମ୍ବନ୍ଧିତ ଖବର