ନୂଆଦିଲ୍ଲୀ : ମେଟା ଏହାର ପ୍ରାୟ ୧୦ ଲକ୍ଷ ଫେସବୁକ୍‌ ୟୁଜରଙ୍କୁ ସତର୍କ କରାଇ ଦେଇଛି। ଆପଲ୍ ଏବଂ ଆଲଫାବେଟ୍ କମ୍ପାନିର ସଫ୍ଟୱେର ଷ୍ଟୋରରୁ ସେମାନେ ଆପ୍‌ ଡାଉନଲୋଡ କରିଥିବା କାରଣରୁ ସେମାନଙ୍କର ଆକାଉଣ୍ଟ ସଂପର୍କିତ ତଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି। ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍‌ର ପାଖାପାଖି ୪୦୦ରୁ ଅଧିକ ବିପଦପୂର୍ଣ୍ଣ ଆପ୍‌କୁ କମ୍ପାନି ଚଳିତବର୍ଷ ଚିହ୍ନଟ କରିଛି। ଉକ୍ତ ଆପ୍‌ଗୁଡ଼ିକ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ଲଗ୍‌ଇନ୍‌ ସୂଚନାକୁ ଚୋରି କରିବା ପାଇଁ ଟା‌ର୍ଗେଟ କରୁଛନ୍ତି। ଉକ୍ତ ଆପ୍‌ଗୁଡ଼ିକୁ ସେମାନଙ୍କ ଷ୍ଟୋରରୁ ହଟାଇବା ପାଇଁ ମେଟା ପକ୍ଷରୁ ଉଭୟ ଆପଲ୍‌ ଓ ଗୁଗଲ୍‌କୁ ସୂଚନା ଦିଆଯାଇଛି।

Advertisment

ଫଟୋ ଏଡିଟର, ମୋବାଇଲ ଗେମ୍ କିମ୍ବା ହେଲ୍‌ଥ ଟ୍ରାକର ଭାବେ ଛଦ୍ମଭାବେ ରହି ସେହି ଆପ୍‌ଗୁଡ଼ିକ ବିପଦ ସୃଷ୍ଟି କରିଛନ୍ତି। ଏହାପରେ ଆପଲ୍‌ ପକ୍ଷରୁ କୁହାଯାଇଛି ସେହି ୪୦୦ ଆପ୍‌ରୁ ୪୫ଟି ଆପ୍‌ରେ ସମସ୍ୟା ଥିଲା ଏବଂ ସେଗୁଡ଼ିକୁ ହଟାଇ ଦିଆଯାଇଛି। ଗୁଗଲ୍‌ ମଧ୍ୟ ଏସବୁ ଆପ୍‌କୁ ହଟାଇ ଦେଇଛି ବୋଲି କମ୍ପାନିର ଜଣେ ପ୍ରବକ୍ତା କହିଛନ୍ତି। ତେବେ ଏସବୁ ଆପ୍‌ର ବିପଦରୁ କିଭଳି ବର୍ତ୍ତିବେ ସେଥିନେଇ ୟୁଜରଙ୍କ ପାଖକୁ ଟିପ୍‌ସ ପଠାଉଛି। ତେବେ ସମସ୍ତ ୧୦ ଲକ୍ଷ ୟୁଜରଙ୍କ ପାସୱାର୍ଡ ପ୍ରତି ବିପଦ ସୃଷ୍ଟି ହୋଇଥିବା କୁହାଯାଇ ପାରିବ ନାହିଁ ବୋଲି ମେଟାର ଗ୍ଲୋବାଲ ଥ୍ରେଟ ଡିସରପସନ ନିର୍ଦ୍ଦେଶକ ଡେଭିଡ ଆଗ୍ରାନୋଭିକ୍ କହିଛନ୍ତି।