ନୂଆ ଫିଚର୍ସ ଆଣିବାକୁ ଯାଉଛି ଫେସ୍‌ବୁକ୍‌ : ଏବେ ଫେସ୍‌ବୁକ୍‌ରେ ଫିଲ୍ମର ବିଜ୍ଞାପନ ସହ ସୋ’ ଟାଇମ୍‌ ଦେଖି ପାରିବେ ବ୍ୟବହାରକାରୀ

ନୂଆଦିଲ୍ଲୀ : ବିଭିନ୍ନ ଫିଲ୍ମ ଷ୍ଟୁଡିଓମାନଙ୍କୁ ସେମାନଙ୍କ ଫିଲ୍ମର ପ୍ରମୋସନ କରିବାରେ ସାହାଯ୍ୟ କରିବା ପାଇଁ ଫେସ୍‌ବୁକ୍‌ ଦୁଇଟି ନୂଆ ଫିଚର ଆଣିବାକୁ ଯାଉଛି । ପ୍ରଥମଟିର ନାଁ ମୁଭି ରିମାଇଣ୍ଡର ଆଡ୍‌ସ ଥିବା ବେଳେ ଦ୍ୱିତୀୟଟି ମୁଭି ସୋ’ ଟାଇମ୍‌ ଆଡ୍‌ସ ବୋଲି ଜଣା ପଡ଼ିଛି । ପୂର୍ବରୁ ଦର୍ଶକେ ଫିଲ୍ମର ରିଲିଜ୍‌ ଡେଟ୍‌ ଭୁଲିଯିବା ସହ କେଉଁ ଫିଲ୍ମ କେଉଁ ସମୟରେ ପ୍ରେକ୍ଷାଳୟରେ ଚାଲୁଛି, ତାହା ଜାଣିବା ପାଇଁ ଅନ୍ୟ ଆପ୍‌ ବ୍ୟବହାର କରୁଥିଲେ । କିନ୍ତୁ ଏହି ଫିଚର୍ସ ଆସିବା ପରେ ଏବେ ସେ ସବୁ ସମସ୍ୟା ହେବ ନାହିଁ ।

ମୁଭି ରିମାଇଣ୍ଡର ଆଡ୍‌ସ ଫିଚର୍ସ ଆସିବା ଦ୍ୱାରା କେଉଁ ଫିଲ୍ମ କେବେ ରିଲିଜ୍‌ ହେବ ବା କେଉଁ ଫିଲ୍ମ ରିଲିଜ୍‌ ହୋଇ ସାରିଛି ତାହା ବ୍ୟବହାରକାରୀ ଫେସ୍‌ବୁକ୍‌ ମାଧ୍ୟମରେ ଜାଣି ପାରିବେ । ଫେସ୍‌ବୁକ୍‌ରେ ଫିଲ୍ମର ବିଜ୍ଞାପନ ଦେଖି ଭଲ ଲାଗିଲେ ତଳେ ଥିବା ‘ଇଣ୍ଟ୍ରେଷ୍ଟେଡ୍‌’ ବଟନ ଉପରେ କ୍ଲିକ୍‌ କରି ପାରିବେ । ଏହା ପରେ ଫିଲ୍ମଟି ରିଲିଜ୍‌ ହେଲେ ଆପେ ଆପେ ବ୍ୟବହାରକାରୀଙ୍କ ପାଖକୁ ନୋଟିଫିକେସନ ଆସିଯିବ । ଏହି ନୂଆ ଫିଚର୍ସ ଆମେରିକା ଓ ଇଂଲଣ୍ଡରେ ଲଞ୍ଚ ହୋଇ ସାରିଥିବା ଜଣା ପଡ଼ିଛି ।

Related image
greaterkashmir.com

ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି କି, ପୂର୍ବରୁ ଲୋକମାନଙ୍କୁ ରିଲିଜ୍‌ ହୋଇ ସାରିଥିବା ଫିଲ୍ମର ସମୟ ଜାଣିବା ପାଇଁ ଅନ୍ୟ ଆପ୍‌ର ବ୍ୟବହାର କରିବାକୁ ପଡ଼ୁଥିଲେ । କିନ୍ତୁ ମୁଭି ସୋ’ ଟାଇମ୍‌ ଆଡ୍‌ସ ଫିଚର୍ସ ଆସିବା ପରେ ସେଥିରେ ଥିବା ‘ଗେଟ୍‌ ସୋ’ଟାଇମ୍‌’ ବଟନ ଉପରେ କ୍ଲିକ୍‌ କରି ଫେସ୍‌ବୁକ୍‌ରେ ଫିଲ୍ମର ବିବରଣୀ ପେଜ୍‌କୁ ଯାଇ ସୋ’ ଟାଇମ୍‌ ଦେଖି ପାରିବେ । ସୋ’ ଟାଇମ୍‌ ବ୍ୟତିତ ଟିକେଟ ସମ୍ବନ୍ଧିତ ବିବରଣୀ ମଧ୍ୟ ଏଥିରେ ବ୍ୟବହାରକାରୀଙ୍କୁ ମିଳିଯିବ ।

ସମ୍ବନ୍ଧିତ ଖବର