କାରଖାନା ଉତ୍ପାଦନ ୫.୨% କମିଲା

ନୂଆଦିଲ୍ଲୀ: ଅର୍ଥନୀତିରେ ମାନ୍ଦାବସ୍ଥା ଜାରି ରହିଛି। ଏହାର ଆଉ ଏକ ପ୍ରମାଣ ଦେଶର ପ୍ରମୁଖ ୮ଟି କ୍ଷେତ୍ରର ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ତଥ୍ୟରୁ ସ୍ପଷ୍ଟ ହୋଇଛି। ପ୍ରମୁଖ ଭିତ୍ତିଭୂମି ଭାବେ ବିବେଚନା କରାଯାଉଥିବା ୮ଟି କ୍ଷେତ୍ରର ଉତ୍ପାଦନ ଅଭିବୃଦ୍ଧି ସେପ୍ଟେମ୍ବର ମାସରେ ସଙ୍କୁଚିତ ହୋଇଯାଇଛି। ଗତବର୍ଷ ସେପ୍ଟେମ୍ବରରେ ଏହି ଶିଳ୍ପର ଅଭିବୃଦ୍ଧି ୪.୩ ପ୍ରତିଶତ ଥିବାବେଳେ ଚଳିତବର୍ଷ ସେପ୍ଟେମ୍ବରରେ ଅଭିବୃଦ୍ଧି ତଳକୁ ଖସି -୫.୨ ପ୍ରତିଶତ ରହିଛି। ଗୁରୁବାର ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି। ୮ଟି ପ୍ରମୁଖ କ୍ଷେତ୍ରର ଶିଳ୍ପ ମଧ୍ୟରେ କୋଇଲା, ଅଶୋଧିତ ତେଲ, ଇସ୍ପାତ, ସିମେଣ୍ଟ, ବିଜୁଳି, ସାର ଏବଂ ବିଶୋଧିତ ତେଲ ଉଦ୍ୟୋଗ ସାମିଲ ରହିଛି। ଏହି ୮ଟି ଶିଳ୍ପ ମଧ୍ୟରୁ ୭ଟିର ଉତ୍ପାଦନ ଅଭିବୃଦ୍ଧି ନକାରାତ୍ମକ ରହିଛି। କେବଳ ଦେଶରେ ସାର ଉତ୍ପାଦନର ଅଭିବୃଦ୍ଧି ଚଳିତବର୍ଷ ସେପ୍ଟେମ୍ବରରେ ସରକାରାତ୍ମକ ଅର୍ଥାତ ୫.୪ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର