ନୂଆଦିଲ୍ଲୀ: ଭାରତୀୟ ରେଳରେ ୫୨୮୫ଟି ପଦ ପାଇଁ ଜାଲ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଆଭେଷ୍ଟ୍ରାନ୍ ଡଟ୍ ଇନ୍ ପକ୍ଷରୁ ଏହି ବିଜ୍ଞାପନ ଦିଆଯାଇଛି। ଏହି ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ରେଳବାଇ ବିଚାର କରୁଛି। ଜାଲ୍ ବିଜ୍ଞାପନ ଦେଇଥିବା ସଂସ୍ଥା ପ୍ରାର୍ଥୀଙ୍କ ଠାରୁ ୭୫୦ ଟଙ୍କାର ଅନ୍ଲାଇନ୍ ଫି’ ମାଗୁଥିଲା। ଏ ସମ୍ପର୍କରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ ରେଳବାଇରେ ସମସ୍ତ ନିଯୁକ୍ତି କେବଳ ଭାରତୀୟ ରେଳ ଦ୍ବାରା କରାଯାଏ। କେଣସି ଘେରାଇ ସଂସ୍ଥାକୁ ଏଥିପାଇଁ ସ୍ବୀକୃତି ଦିଆଯାଇନାହିଁ। ରେଳବାଇ ନାମରେ ପ୍ରକାଶ ପାଉଥିବା ନିଯୁକ୍ତି ବିଜ୍ଞାପନ ବେଆଇନ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ରେଳବାଇ ନିଯୁକ୍ତି ନେଇ ଜାଲ ବିଜ୍ଞାପନ
/sambad/media/post_attachments/wp-content/uploads/2020/07/railways.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)