ନୂଆଦିଲ୍ଲୀ: ଦେଶରେ ୨୦୧୮-୧୯ରୁ ୨୦୨୩-୨୪ ଭିତରେ ୫୦୦ ଟଙ୍କିଆ ଜାଲ୍ ନୋଟ୍ ଚାରି ଗୁଣା ବଢ଼ିଥିବା ବେଳେ ୨୦୨୦-୨୧ରୁ ତିନି ବର୍ଷ ଭିତରେ ଜାଲ୍ ୨୦୦୦ ଟଙ୍କିଆ ନୋଟ୍ ତିନି ଗୁଣା ବଢ଼ିଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ୨୦୧୮-୧୯ରେ ୨୧୮୬.୫ କୋଟି ଖଣ୍ଡ ଜାଲ ୫୦୦ ଟଙ୍କିଆ ନୋଟ୍ ଜବତ ହୋଇଥିଲା। ୨୦୨୩-୨୪ରେ ସେହି ସଂଖ୍ୟା ୮୫୭୧.୧ କୋଟି ଖଣ୍ଡରେ ପହଞ୍ଚିଥିଲା। ୨୦୨୦-୨୧ରେ ଦେଶରେ ୮୭୯.୮ କୋଟି ଖଣ୍ଡ ଜାଲ୍ ୨୦୦୦ ଟଙ୍କିଆ ଚିହ୍ନଟ ହୋଇଥିଲା। ୨୦୨୩-୨୪ ସୁଦ୍ଧା ସେଭଳି ଜାଲ୍ ୨୦୦୦ ଟଙ୍କିଆ ନୋଟ୍ ସଂଖ୍ୟା ୨୬୦୩.୫ କୋଟିକୁ ବୃଦ୍ଧି ପାଇଛି। ୫୦୦ ଟଙ୍କିଆକୁ ଦୈନନ୍ଦୀନ କାର୍ଯ୍ୟରେ ଅଧିକ ବ୍ୟବହାର କରାଯାଉଥିବାରୁ ଅଧିକ ୫୦୦ ଟଙ୍କିଆ ଜାଲ୍ ନୋଟ୍ ଧରାପଡ଼ିଛି। ୨୦୦୦ ଟଙ୍କିଆରେ ଜାଲ୍ ନୋଟ୍ ଧରାପଡ଼ିବା ଅସ୍ଥିର ରହିଛି। ଗୋଟିଏ ବର୍ଷ ତାହା ହ୍ରାସ ପାଉଥିବା ବେଳେ ଅନ୍ୟ ଏକ ବର୍ଷରେ ତାହା ବଢ଼ିଥିବା ମନ୍ତ୍ରୀ ଦେଇଥିବା ତଥ୍ୟରୁ ଜଣାପଡ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବା ନେଇ ଘୋଷଣା କରିସାରିଛନ୍ତି।
ତିନି ଗୁଣା ବଢ଼ିଛି ୨୦୦୦, ୫୦୦ ଟଙ୍କିଆ ଜାଲ୍ ନୋଟ୍
ଦେଶରେ ୨୦୧୮-୧୯ରୁ ୨୦୨୩-୨୪ ଭିତରେ ୫୦୦ ଟଙ୍କିଆ ଜାଲ୍ ନୋଟ୍ ଚାରି ଗୁଣା ବଢ଼ିଥିବା ବେଳେ ୨୦୨୦-୨୧ରୁ ତିନି ବର୍ଷ ଭିତରେ ଜାଲ୍ ୨୦୦୦ ଟଙ୍କିଆ ନୋଟ୍ ତିନି ଗୁଣା ବଢ଼ିଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2017/11/note.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)