ପରିଚିତ ମେସେଜିଙ୍ଗ୍ ଆପ୍ ହ୍ଵାଟ୍ସଆପ୍ର ଚାହିଦା ଦିନକୁ ଦିନ ବଢ଼ିବାକୁ ଲାଗିଥିବା ବେଳେ ଏବେ ଚର୍ଚ୍ଚା ପାଲଟିଛି ନକଲି ହ୍ଵାଟ୍ସଆପ୍। ଜାଣିବାକୁ ମିଳିଛି ଯେ ପ୍ଲେ ଷ୍ଟୋରରୁ ଏବେ ସୁଦ୍ଧା ପ୍ରାୟ ୧ ମିଲିୟନ ନକଲି ହ୍ଵାଟ୍ସଆପ୍ ଡାଇନ୍ଲୋଡ ହୋଇସାରିଲାଣି। ନକଲି ହ୍ଵାଟ୍ସଅପ୍ର ଡାଉନ୍ଲୋଡ ସଂଖ୍ୟା ୧ ମିଲିୟନ୍ ଥିବା ବେଳେ ଅସଲି ହ୍ଵାଟ୍ସଅପ୍ର ଡାଉନ୍ଲୋଡ୍ ସଂଖ୍ୟା ରହିଛି ୧ ବିଲିୟନ । ତେବେ, ଏହି ନକଲି ହ୍ଵାଟ୍ସଆପ୍ଟି ପ୍ଲେ ଷ୍ଟୋରରେ ‘ଅପ୍ଡେଟ୍ ହ୍ଵାଟ୍ସଆପ୍ ମେସେଞ୍ଜର’ ନାମରେ ଉପଲବ୍ଧ, ଯାହାର ଡେଭ୍ଲପ୍ର ନା ହେଉଛି ‘ହ୍ଵାଟ୍ସଆପ୍ ଆଇଏନ୍ସି*’
ଏହି ନକଲି ହ୍ଵାଟ୍ସଆପ୍ରେ ବିଜ୍ଞାପନର ମାତ୍ରା ହ୍ରାସ ପାଇଥାଏ। ଏହି ଆପ୍କୁ ଗୁପ୍ତ ହ୍ଵାଟ୍ସଆପ୍ ଚେଞ୍ଜ୍ ଟ୍ରାକିଙ୍ଗ୍ େଓ୍ଵବ୍ସାଇଟ୍ ଡବ୍ଲ୍ୟୁଏବେଟାଇନ୍ଫୋ ସାମ୍ନାକୁ ଆଣିବା ପରେ ଏହାକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି ।
ଖାଲି ସେତିକି ନୁହେଁ, ଲୋକମାନେ ବିଭିନ୍ନ ଧରଣର ନକଲି ଆପ୍ର ଶିକାର ହେଉଛନ୍ତି। ମୋବାଇଲ ଗେମ୍କୁ ପସନ୍ଦ କରୁଥିବା ଲୋକ ମଧ୍ୟ ନକଲି ଗେମ୍ ଆପ୍ର ଶିକାର ହୋଇଛନ୍ତି। ସବୁଠୁ ଅଧିକ ପସନ୍ଦ କରୁଥିବା ମୋବାଇଲ ଗେମ୍ ‘ଟେମ୍ପଲ୍ ରନ୍ ୨’ ର ମଧ୍ୟ ନକଲି ଆପ୍ ବାହାରିଥିବା ବେଳେ ଅକ୍ଟୋବରରେ ଏହା ପ୍ଲେ ଷ୍ଟୋରରେ ଅପ୍ଲୋଡ ହୋଇଥିଲା। ପରେ ଏ ବିଷୟରେ ଖବର ଆସିବା ପରେ ତାକୁ ପ୍ଲେ ଷ୍ଟୋରୁ ହଟାଇ ଦିଆଯାଇଛି ।