ଫାଲ୍‌କନ୍ ଚିଲିକା ଫ୍ରେସ୍‌ର ସମର କାର୍ଣ୍ଣିଭାଲ୍

ଭୁବନେଶ୍ବର: ଫାଲ୍‌କନ୍ ଚିଲିକା ଫ୍ରେସ୍ ପକ୍ଷରୁ ଗ୍ରାହକଙ୍କ ପାଇଁ ସମର କାର୍ଣ୍ଣିଭାଲ୍ ଘୋଷଣା କରାଯାଇଛି। ଚଳିତମାସ ୧୦ ତାରିଖରୁ ଏହି କାର୍ଣ୍ଣିଭାଲ ଆରମ୍ଭ ହୋଇଛି। ଏଥିରେ ଗ୍ରାହକମାନେ ଚିଲିକା ଫ୍ରେସ୍‌ର ସୋ’ରୁମ୍‌ରୁ ୧୦୦୦ ଟଙ୍କାର ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଏବଂ ଇଲିସି ଆଦି କିଣିଲେ ସେମାନଙ୍କୁ ପେଟିମ୍ ପକ୍ଷରୁ ୧୫% ମୂଲ୍ୟର ଗିଫ୍ଟ ଭାଉଚର ପ୍ରଦାନ କରାଯାଉଛି। ଏଥିସହିତ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ୍ କାର୍ଡରେ ସାମଗ୍ରୀ କିଣିଲେ ଅତିରିକ୍ତ ୫% କ୍ୟାସ୍ ବ୍ୟାକ୍ ମିଳୁଛି। ଏହି ସୁବିଧା ପାଇବା ପାଇଁ ଗ୍ରାହକଙ୍କୁ ପେଟିଏମ୍ ଆପ୍ ମାଧ୍ୟମରେ ହିଁ ପେମେଣ୍ଟ କରିବାକୁ ପଡ଼ିବ। ଏଥିସହିତ ଜଣେ ଭାଗ୍ୟଶାଳୀ ଗ୍ରାହକଙ୍କ ପାଇଁ ସିଙ୍ଗାପୁରକୁ ହଲିଡେ ଟ୍ରିପ୍‌ର ସୁବିଧା ମଧ୍ୟ ରହିଛି। ଏହି କାର୍ଣ୍ଣିଭାଲ ଆସନ୍ତାମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଫାଲ୍‌କନ୍ ଚିଲିକା ଫ୍ରେସ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର