ପାରିବାରିକ ଋଣରେ ଦୁଇ ଗୁଣା ବୃଦ୍ଧି

ନୂଆଦିଲ୍ଲୀ,: ଦେଶରେ ପାରିବାରିକ ଋଣ ପରିମାଣ ୨୦୧୭-୧୮ରେ ଦୁଇ ଗୁଣ ବଢ଼ିଛି। ପରିବାରର ବିଭିନ୍ନ ସଦସ୍ୟମାନେ ଋଣ ପରିମାଣ ବଢ଼ାଇଥିବା ଜଣାପଡ଼ିଛି।ଭାରତ ପାରିବାରିକ ଋଣ ପରିମାଣ ୨୦୧୬-୧୭ରେ ୩.୭ ଲକ୍ଷ କୋଟି ଟଙ୍କା ଥିଲା। ୨୦୧୭-୧୮ରେ ତାହା ୧.୮ ଗୁଣ ବୃଦ୍ଧି ପାଇ ୬.୭୪ ଲକ୍ଷ କୋଟି ଟଙ୍କା ହୋଇଛି। ଗୋଟିଏ ପରିବାରର ବିଭିନ୍ନ ସଦସ୍ୟଙ୍କ ଦ୍ବାରା କରାଯାଉଥିବା ମୋଟ ଋଣକୁ ପାରିବାରିକ ଋଣ ବା ହାଉସ୍‌ହୋଲ୍‌ଡ ଡେବ୍‌ଟ କୁହାଯାଉଛି। ତେବେ, ଭାରତରେ ଜିଡିପି ପ୍ରତି ପାରିବାରିକ ଋଣର ଅନୁପାତ ଏବେବି ନିମ୍ନ ସ୍ତର ୧୧.୨%ରେ ରହିଛି। ରୁଷିଆରେ ତାହା ୧୬.୫% ଥିବା ବେଳେ ବ୍ରାଜିଲରେ ୨୬.୭%, ଦକ୍ଷିଣ ଆଫ୍ରିକାରେ ୩୩% ଓ ଚୀନ୍‌ରେ ତାହା ୫୦.୩% ଭଳି ଉଚ୍ଚ ସ୍ତରରେ ରହିଛି। ୨୦୧୭-୧୮ରେ କଞ୍ଜ୍ୟୁମର ଡ୍ୟୁରେବଲ୍‌ ସାମଗ୍ରୀ କିଣିବା ପାଇଁ ଲୋକମାନେ ନେଉଥିବା ଋଣ ପରିମାଣ ହ୍ରାସ ପାଇଥିଲା। କିନ୍ତୁ ଗୃହ ଋଣ, କ୍ରେଡିଟ୍ କାର୍ଡ ବ୍ୟବହାର, ଗାଡ଼ି ଋଣ ଏବଂ ବ୍ୟକ୍ତିଗତ ଋଣ ବା ପର୍ସନାଲ୍ ଲୋନ୍ ପରିମାଣ ବଢ଼ିଛି। ଶିକ୍ଷା ଋଣ ପରିମାଣ କମିଛି।

କେଉଁ ବର୍ଷ କେତେ
ଆର୍ଥିକ ବର୍ଷ ଋଣ
୨୦୧୩-୧୪ ୩.୫୯
୨୦୧୪-୧୫ ୩.୭୭
୨୦୧୫-୧୬ ୩.୯୧
୨୦୧୬-୧୭ ୩.୭୫
୨୦୧୭-୧୮ ୬.୭୪
(ଲକ୍ଷ କୋଟି ଟଙ୍କା ହିସାବରେ)

ସମ୍ବନ୍ଧିତ ଖବର