ନୂଆଦିଲ୍ଲୀ: ଯଦି ଆପଣ ହସିବାକୁ ଚାହୁଁଛନ୍ତି ତ ଏହି ଭିଡିଓ ଆପଣଙ୍କ ପାଇଁ ଉପଯୁକ୍ତ ହେବ। କାରଣ ଆମେ ଯେଉଁ ଭିଡିଓଟିକୁ ଆପଣଙ୍କୁ ଦେଖାଇବୁ ତାହାକୁ ଦେଖିବା ପରେ ଆପଣ ନିଜର ହସ ରୋକିପାରିବେ ନାହିଁ। କାର କିଣିବା ପରେ ଏକ ପରିବାର କିପରି ଖୁସି ମନାଉଛନ୍ତି ତାହା ଏକ ଭିଡିଓ କ୍ଲିପ୍ରେ ଦେଖିବାକୁ ମିଳିଛି। ଭିଡିଓ କ୍ଲିପ୍ଟି ଅନଲାଇନରେ ଏବେ ଖୁବ୍ ଜୋର୍ରେ ଭାଇରାଲ ହେଉଛି। ଏହାକୁ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ସେୟାର କରିଛନ୍ତି ଏବଂ ଆପଣ ମଧ୍ୟ ଏହି ଭିଡିଓ ଦେଖିବା ପରେ ନିଜ ହସ ରୋକିପାରିବେ ନାହିଁ।
ଭାଇରାଲ ହୋଇଥିବା ଏହି ଭିଡିଓଟିକୁ ପ୍ରଥମେ ଟ୍ୱିଟରରେ କାର୍ ନ୍ୟୁଜ୍ ଗୁରୁ ନାମକ ଏକ ପୃଷ୍ଠା ଦ୍ୱାରା ସେୟାର କରାଯାଇଥିଲା। ଏହି କ୍ଲିପ୍ରେ ମହିନ୍ଦ୍ରା ସ୍କର୍ପିଓ-ଏନ ଏସୟୁଭି କିଣିବା ପରେ ଏକ ପରିବାର ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି। ସେମାନେ ନିଜେ ସୋ’ରୁମରେ ଗାଡ଼ି ଚାବି ନେବା ପରେ ନାଚିବା ଆରମ୍ଭ କରିଛନ୍ତି।
This is the real reward and joy of working in the Indian auto industry… https://t.co/ormA7i8sQq
— anand mahindra (@anandmahindra) May 19, 2023
ସେହି ଭିଡିଓଟିକୁ ସେୟାର କରି ଆନନ୍ଦ ମହିନ୍ଦ୍ରା କ୍ୟାପସନରେ ଲେଖିଛନ୍ତି, ‘ଏହା ହେଉଛି ଭାରତୀୟ ଅଟୋ ଇଣ୍ଡଷ୍ଟ୍ରିରେ କାମ କରିବାର ପ୍ରକୃତ ପୁରସ୍କାର ଏବଂ ଆନନ୍ଦ’।
ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ପରିବାରର ଖୁସିକୁ ସମ୍ମାନ ଦେବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।
ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, "ଏହା କେବଳ ଏକ ଯାନ ନୁହେଁ; ଏହା ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଥିବା ଯାତ୍ରାକୁ ପ୍ରତିପାଦିତ କରୁଛି’। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଜୀବନରେ ଏପରି କିଛି ଜିନିଷ ଅଛି ଯାହାକୁ ଆମେ ଅଧିକ ଗୁରୁତ୍ୱ ଦେଇଥାଉ’।