ପଙ୍ଖାରେ ତିନିଟି ଡେଣା କାହିଁକି ଥାଏ? ଜାଣନ୍ତୁ କଣ କୁହନ୍ତି ବୈଜ୍ଞାନିକ

ଆପଣଙ୍କ ଘରର ଛାତରେ ନିଶ୍ଚୟ ପଙ୍ଖାଟିଏ ଝୁଲୁଥିବାର ଆପଣ ଦେଖିଥିବେ | ତେବେ ଆପଣ କେବେ ଭାବିଛନ୍ତି କି ଘରେ ସିଲିଂ ଫ୍ୟାନରେ କେବଳ ତିନୋଟି ଡେଣା ଏବଂ ଟେବୁଲ୍ ଫ୍ୟାନରେ କାହିଁକି ୪ଟି ଡେଣା ଥାଏ ? ଏହା ପଛରେ ଏକ ବିଜ୍ଞାନଭିତ୍ତିକ କାରଣ ମଧ୍ୟ ଅଛି | ବୈଜ୍ଞାନିକଙ୍କ କହିବା କଥା ଯେ ଏକ ଫ୍ୟାନରେ ଯେତେ କମ ବ୍ଲେଡ୍(ଡେଣା) ହେବ, ସେତେ ଅଧିକ ପବନ ପ୍ରବାହିତ ହେବ | ଉଷ୍ମ ଜଳବାୟୁ ପ୍ରବାହିତ ହେଉଥିବା ଦେଶ ଭାରତରେ ଏହିପରି(ତିନିଟି ଡେଣା) ପଙ୍ଖା ଅଧିକ ବ୍ୟବହୃତ ହୁଏ, କାରଣ ଏହିଭଳି ପଙ୍ଖା ଅଧିକ ପବନ ପ୍ରବାହିତ କରିପାରିଥାଏ |

ତେବେ ଭାରତ ବ୍ୟତିରକେ ବିଦେଶରେ ମୁଖ୍ୟତଃ ୪ଟି ବ୍ଲେଡ୍ ଥିବା ଫ୍ୟାନ ବହୁଳ ବ୍ୟବହୃତ ହୁଏ | କାରଣ ଅଧିକାଂଶ ଦେଶରେ ଶୀତଳ ଜଳବାୟୁ ଥିବାରୁ ଏଠାରେ ଫ୍ୟାନଗୁଡିକୁ ଏୟାର କଣ୍ଡିସନରର ବିକଳ୍ପ ଭାବରେ ବ୍ୟବହାର କରାଯାଏ | ଏହି ପଙ୍ଖାରେ ୪ଟି ବ୍ଲେଡ୍ ଥିବାରୁ ଏଗୁଡିକ ମଧ୍ୟମ ବେଗରେ ପବନ ସୃଷ୍ଟି କରିଥାନ୍ତି | ଶୀତଳ ଜଳବାୟୁ ଦେଶମାନଙ୍କରେ ଅଧିକ ପବନ ସୃଷ୍ଟି କରୁଥିବା ପଙ୍ଖାର ଆବଶ୍ୟକତା ନଥାଏ | ତେବେ ବ୍ଲେଡ୍ ସଂଖ୍ୟା ଅଧିକ ଥିବାରୁ ତିନୋଟି ବ୍ଲେଡ୍ ଥିବା ଫ୍ୟାନ୍ ସବୁଠାରୁ ଭଲ ଭାବରେ ବିବେଚନା କରାଯାଏ | କାରଣ ଡେଣା ସଂଖ୍ୟା ଅଧିକ ଥିବାରୁ ଫ୍ୟାନରେ ମୋଟର ଉପରେ ଚାପ ପଡିଥାଏ |

ଯାହାଦ୍ୱାରା ପ୍ରବଳ ପବନ ସୃଷ୍ଟି ହୋଇଥାଏ | ଅନ୍ୟପଟେ ବିଦେଶରେ ବ୍ୟବହୃତ ହେଉଥିବା ୪ଟି ଡେଣା ବିଶିଷ୍ଟ ପଙ୍ଖାକୁ ରୁମରେ ଭେଣ୍ଟିଲେସନ୍ ପାଇଁ ବ୍ୟବହାର କରାଯାଏ | ତେବେ ଯଦି ଆପଣ ଭାବୁଛନ୍ତି ଯେ ଦୁନିଆରେ କେବଳ ୩ ଏବଂ ୪ ଟି ଡେଣା ଥିବା ପଙ୍ଖା ହିଁ ରହିଛି | ତେବେ ତାହା ନୁହେଁ | ୪, ୫ ଏବଂ ୬ଟି ଡେଣା ଥିବା ପଙ୍ଖା ବି ରହିଛି |

ସମ୍ବନ୍ଧିତ ଖବର