ଫନି ପ୍ରଭାବିତଙ୍କ ପାଇଁ କୌଶଳ ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ବର: ବିଲ୍‌ଡିଂ ସଲ୍ୟୁସନ୍ସ ପ୍ରଦାନ କରୁଥିବା ସଂସ୍ଥା ଏଭରେଷ୍ଟ ଇଣ୍ଡଷ୍ଟ୍ରିଜ୍‌ର ସିଏସ୍‌ଆର୍‌ ଶାଖା ଏଭରେଷ୍ଟ୍‌ ଫାଉଣ୍ଡେସନ ପକ୍ଷରୁ ବାତ୍ୟା ଫନି ଦ୍ବାରା‌ ପ୍ରଭାବିତ ହୋଇଥିବା ପୁରୀ ଜିଲ୍ଲାର ଲୋକଙ୍କ ପାଇଁ ଏକ ମାଗଣା କୌଶଳ ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପୁରୀ ସହରରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ୨୫ ହିତାଧିକାରୀ ଅଂଶଗ୍ରହଣ କରିଥିଲେ। ସେମାନେ ଚଳିତ ମାସରେ ୧୫ଟି ଘର ନିର୍ମାଣରେ ସେହି କୌଶଳକୁ ବ୍ୟବହାର କରିବେ। ଫାଉଣ୍ଡେସନର ଟ୍ରଷ୍ଟି ମନିଷ ସାଂଘି କହିଛନ୍ତି ଯେ, ଆମେ ଯେଉଁ କୌଶଳ ତାଲିମ ଦେଉଛୁ ତାହା‌କୁ ବ୍ୟବହାର କରି ଲୋକମାନେ ରୋଜଗାର କରିପାରିବେ। ପୁରୀ ବ୍ୟତୀତ କମ୍ପାନି ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ହରିୟାଣା ଓ ପଞ୍ଜାବର ୬୨ଟି ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଛି ଯାହା ଦ୍ବାରା ୧୫୦୦ରୁ ଅଧିକ ଲୋକ ଉପକୃତ ହୋଇଛନ୍ତି।

ସମ୍ବନ୍ଧିତ ଖବର