ଫେସନ୍‌-ଲାଇଫ୍‌ଷ୍ଟାଇଲ୍‌ ପ୍ରଦର୍ଶନୀ ‘ରଙ୍ଗୋଲି’ ଆରମ୍ଭ

ଭୁବନେଶ୍ବର: ଜୟଦେବ ବିହାର ନିକଟସ୍ଥ ହୋଟେଲ୍ ପାଲ୍‌ ହାଇଟସ୍‌ରେ ଫେସନ୍ ଓ ଲାଇଫ୍‌ ଷ୍ଟାଇଲ୍‌ ପ୍ରଦର୍ଶନୀ ‘ରଙ୍ଗୋଲି-ଫେସନେବଲ୍ ଓୟାର’ ଆୟୋଜନ କରାଯାଇଛି। ଏଥିରେ ଉତ୍ସବ ଓ ବିବାହ ଋତୁରେ ପରିଧାନ କରାଯାଉଥିବା ଅନେକ ଡିଜାଇନ୍‌ର ପୋଷାକକୁ ପ୍ରଦର୍ଶିତ କରାଯାଇଛି। ଏଠାରେ ପୋଷାକ, ଗହଣା, ବେଡ୍‌ ସିଟ୍‌, ଜୋତା, କେଶ ବିନ୍ୟାସରେ ବ୍ୟବହାର ହେଉଥିବା ସାମଗ୍ରୀ, କଳାକୃତି, ଡିଜାଇନର୍‌ କୁର୍ତି, ଶାଢ଼ି, ଇଣ୍ଡୋ ୱେଷ୍ଟର୍ଣ୍ଣ ଓ ହୋମ୍ ଡେକର୍‌ ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି। ଏହି ପ୍ରଦର୍ଶନୀରେ ମୁମ୍ବାଇ, କୋଲକାତା, ନାଗପୁର, ଦିଲ୍ଲୀ, ଜୟପୁର, ଇନ୍ଦୋର, ବନାରସ, ଚଣ୍ଡିଗଡ଼, ଚେନ୍ନାଇ, ସୁରତ, କାନପୁର, ଲକ୍ଷ୍ନୌ ଓ ଅମରାବତୀ ଆଦି ସହରର ଡିଜାଇନର୍‌ ଷ୍ଟାଲ୍‌ ଖୋଲିଛନ୍ତି।

ସମ୍ବନ୍ଧିତ ଖବର