ସିଲିକନ୍‌ ଭାଲି ବ୍ୟାଙ୍କକୁ କିଣିବ ଫା‌ଷ୍ଟ୍‌ ସିଟିଜେନ୍‌ସ

ନୂଆଦିଲ୍ଲୀ : ବୁଡ଼ିଯାଇଥିବା ଆମେରିକାର ସିଲିକନ ଭାଲି ବ୍ୟାଙ୍କକୁ ସେଠାକାର ଆଉ ଏକ ବ୍ୟାଙ୍କ ଫାଷ୍ଟ୍‌ ସିଟିଜେନ୍‌ସ ବ୍ୟାଙ୍କ କିଣିବ। ସିଲିକନ ଭାଲି ବ୍ୟାଙ୍କ ବୁଡ଼ିବା ସହ ବ୍ୟାଙ୍କ ସଙ୍କଟ ଆରମ୍ଭ ହୋଇଥିଲା। ଏହି ବ୍ୟାଙ୍କର ପରିଚାଳନା ଦାୟିତ୍ବ ଏବେ ଆମେରିକାର ଫେଡେରାଲ୍ ଡିପୋଜିଟ୍ ଇନ୍‌ସ୍ୟୁରାନ୍ସ କର୍ପୋରେସନ (ଏଫ୍‌ଡିଆଇସି) ପାଖରେ ରହିଛି।

ବୁଝାମଣା ଅନୁସାରେ ଏଫ୍‌ଡିଆଇସିଠାରୁ ସିଲିକନ୍ ଭାଲି ବ୍ୟାଙ୍କର ଋଣ ଓ ଜମାକୁ ଫାଷ୍ଟ୍‌ ସିଟିଜେନ୍‌ସ ବ୍ୟାଙ୍କ କିଣିବ। ଏଥିପାଇଁ ଏହା ୫୦୦ ନିୟୁତ ଡଲାରର ସେୟାର ଦେଇସାରିଛି। ସିଲିକନ୍‌ ଭାଲି ବ୍ୟାଙ୍କର ମୋଟ ୧୧୦ ନିୟୁତ ଡଲାର ସମ୍ପତ୍ତିକୁ ଫାଷ୍ଟ୍‌ ସିଟିଜେନ୍‌ସ କିଣିବ। ସେଥିରେ ୫୬୦୦ କୋଟି ଡଲାରର ଜମା ଏବଂ ୭୨୦୦ କୋଟି ଡଲାରର ଋଣ ରହିଛି।

ସମ୍ବନ୍ଧିତ ଖବର