ନୂଆଦିଲ୍ଲୀ: ଡିସେମ୍ବର ପହିଲାରୁ ସମସ୍ତ ନୂଆ ଚାରି ଚକିଆ ଯାନ ଯଥା କାର୍, ବସ୍, ଟ୍ରକ୍ରେ ଫାସ୍ଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ। ଗାଡ଼ିରେ ସାମ୍ନାରେ ଥିବା ଚଉଡ଼ା ସ୍କ୍ରିନ୍ରେ ଏହି ଫାସ୍ଟ୍ୟାଗ୍ ଲାଗିବ। କାରଖାନା କିମ୍ବା ଡିଲରସିପ୍ରୁ ଗାଡ଼ି ବାହାରିବା ପୂର୍ବରୁ ଏହାକୁ ଲଗାଇବାକୁ ପଡ଼ିବ। କେବଳ ଚେଚିସ୍ ଆକାରରେ ବିକ୍ରି ହେଉଥିବା ବସ୍ ଏବଂ ଟ୍ରକ୍ରେ ମାଲିକଙ୍କୁ ଗାଡ଼ି ପଞ୍ଜୀକରଣ କରିବା ପୂର୍ବରୁ ଫାସ୍ଟ୍ୟାଗ୍ ଲଗାଇବାକୁ ପଡ଼ିବ। ଫାସ୍ଟ୍ୟାଗ୍ରେ ରହିଛି ରେଡିଓ ତରଙ୍ଗ ଚିହ୍ନଟ ପ୍ରଯୁକ୍ତି ଯାହା ଦ୍ୱାରା ଗାଡ଼ି ଟୋଲ୍ ପ୍ଲାଜା ଅତିକ୍ରମ କରିବା ବେଳେ ବିନା ଅପେକ୍ଷାରେ ଗାଡ଼ିକୁ ଆଗକୁ ବଢ଼ିବାରେ ସହାୟତା ପ୍ରଦାନ କରିବ। କାରଣ ଏଥିରେ ପେମେଣ୍ଟ୍ ଇଲେକ୍ଟ୍ରୋନିକ୍ସ ଉପାୟରେ ହୋଇଯିବ। ଟୋଲ୍ ପ୍ଲାଜାଗୁଡ଼ିକରେ ଭିଡ଼ କମ୍ କରିବା ପାଇଁ ଅଧିକରୁ ଅଧିକ ଗାଡ଼ିରେ ଫାସ୍୍ଟ୍ୟାଗ୍ ଲଗାଇବା ଉପରେ ସରକାର ଜୋର ଦେଉଛନ୍ତି। ଏ ନେଇ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ଡିସେମ୍ବର ୧ରୁ ନୂଆ ଚାରି ଚକିଆ ଗାଡ଼ିରେ ଫାସ୍ଟ୍ୟାଗ୍ ବାଧ୍ୟତାମୂଳକ
/sambad/media/post_attachments/wp-content/uploads/2017/11/FASTag-is-now-active-in-over-70-Toll-Plazas-on-National-Highways-factly.in_-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)