ଜାନୁଆରି ୧ରୁ ସବୁ ୪-ଚକିଆ ଗାଡ଼ି ପାଇଁ ଫାଷ୍ଟାଗ୍ ବାଧ୍ୟତାମୂଳକ ହେବ

ନୂଆଦିଲ୍ଲୀ : ଜାନୁଆରି ୧ରୁ ସବୁ ୪ ଚକିଆ ଗାଡ଼ି ପାଇଁ ଫାଷ୍ଟାଗ୍ ଲଗାଇବା ବାଧ୍ୟତାମୂଳକ ହେବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଫାଷ୍ଟାଗ୍ ବ୍ୟବସ୍ଥା ଗାଡ଼ିଚାଳକମାନଙ୍କ ପାଇଁ ସୁବିଧାଜନକ ହେବ । କାରଣ ସେମାନଙ୍କୁ ଟୋଲ ପ୍ଲାଜାରେ ଅଟକିବାକୁ ପଡ଼ିବ ନାହିଁ । ଫଳରେ ସେମାନଙ୍କର ସମୟ ଓ ଇନ୍ଧନ ବଞ୍ଚିଯିବ ।

ଫାଷ୍ଟାଗ୍‌ ହେଉଛି ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ (ଆରଏଫଆଇଡି) ଟେକନଲୋଜୀ ବ୍ୟବହାର କରୁଥିବା ଏକ ବ୍ୟବସ୍ଥା । ଏହା ଦ୍ୱାରା ଟୋଲ୍‌ଗେଟ୍‌ରେ ଲାଗିଥିବା ଇଲେକ୍ଟ୍ରୋନିକ୍‌ ରିଡର ଗାଡ଼ିର ଆଗ ଓ୍ଵାଇଣ୍ଡ ସ୍କ୍ରିନରେ ଲାଗିଥିବା ଏହି ରେଡିଓ ଟ୍ୟାଗକୁ ପଢି ଟୋଲ୍‌ ଦେୟକୁ ଚାଳକଙ୍କ ପ୍ରିପେଡ୍‌ ବା ସେଭିଂସ ଆକାଉଣ୍ଟରୁ କାଟି ରଖିବ । ପାରମ୍ପରିକ ବ୍ୟବସ୍ଥା ଅନୁସାରେ ଟୋଲ୍‌ ଗେଟ୍‌ରେ ଗାଡିକୁ ଅଟକାଇ ନଗଦ ଟଙ୍କା ଦେଇ ଟୋଲ ସ୍ଲିପ କିଣିବାକୁ ହେଉଥିଲା । ଏହା ଦ୍ବାରା ଟୋଲଗେଟରେ ଲମ୍ବା ଲାଇନ ଲାଗୁଥିଲା ଓ ସମୟ ଓ ଇନ୍ଧନ ଅପଚୟ ହେଉଥିଲା ।

ଦେଶରେ ବିଭିନ୍ନ ଜାତୀୟ ରାଜପଥରେ ଥିବା ପ୍ରାୟ ୬୦୦ରୁ ଅଧିକ ଟୋଲ ପ୍ଲାଜାରେ ଏବେ ଏହି ବ୍ୟବସ୍ଥା ରହିଛି । ଗୋଟିଏ ଗାଡ଼ିରେ ଲାଗିଥିବା ଫାଷ୍ଟାଗ୍‌ ଦେଶବ୍ୟାପୀ (ଏହି ବ୍ୟବସ୍ଥା ଥିବା) ଥିବା ସବୁ ଟୋଲ ଗେଟରେ ବ୍ୟବହାର ହୋଇପାରିବ ।

ସମ୍ବନ୍ଧିତ ଖବର