ବିନମ୍ର ରହିବାକୁ ବାପା କହିଥିଲେ: ଚନ୍ଦ୍ରଶେଖରନ

ନୂଆଦିଲ୍ଲୀ: ବ୍ୟବସାୟର ଜଗତର ଦୁଇ ଚର୍ଚ୍ଚିତ ଚେହେରା ହେଉଛନ୍ତି ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ ଏବଂ ମାରିକୋର ଅଧ୍ୟକ୍ଷ ହର୍ଷ ମରିୱାଲା। ବାପାଙ୍କଠାରୁ ଯେଉଁ ବହୁମୂଲ୍ୟ ପରାମର୍ଶ ମିଳିଥିଲା ତାହା ସେମାନଙ୍କୁ ଜୀବନରେ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା ବୋଲି ସେମାନେ କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖରନ କହିଛନ୍ତି ଯେ ବାପା ମୋତେ ଥରେ କହିଥିଲେ ଯେ ତୁ ବହୁତ ଭଲ କାମ କରୁଛୁ। ଭଗବାନ ତୋ ପ୍ରତି ସଦୟ ଅଛନ୍ତି। ‌ମୋର ତୋ ପାଇଁ ଏତିକି ପରାମର୍ଶ ହେଉଛି, ସର୍ବଦା ବିନମ୍ର ରହିବୁ। ସେହିପରି ମରିୱାଲାଙ୍କୁ ତାଙ୍କ ବାପା କାମରୁ ଶିଖିବା ଲାଗି ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର