ଭୁବନେଶ୍ବର: ଏଫ୍ବିବି ସତ୍ୟମ ଶିବମ୍ ସୁନ୍ଦରମ୍ରେ ଗ୍ରାହକମାନେ ପ୍ରତି ଶୁକ୍ର, ଶନି ଓ ରବିବାର ଦିନ ପୋଷାକ ପରଖିବାର ସୁଯୋଗ ପାଇବେ। ପ୍ରତି ସପ୍ତାହ ପାଇଁ ଏକ ନିର୍ଦିଷ୍ଟ ପୋଷାକକୁ ଚୟନ କରାଯିବ ଯାହାକୁ ଗ୍ରାହକମାନେ ପରଖିପାରିବେ। ଏଥିପାଇଁ କଂପାନି ପକ୍ଷରୁ ‘ୱିକେଣ୍ଡସ୍ ଆର୍ ଟ୍ରାଏଡେଜ୍’ ଅଭିଯାନ ଘୋଷଣା କରାଯାଇଛି। ଗ୍ରାହକମାନେ ସପ୍ତାହର ଶେଷ ତିନି ଦିନରେ ପୁରୁଷ ଓ ମହିଳାଙ୍କ ସ୍ବତନ୍ତ୍ର ପୋଷାକ କିଣାକିଣି ଉପରେ ୧୦୦ ଟଙ୍କାର ରିହାତି ମଧ୍ୟ ପାଇବେ ବୋଲି ମାଷ୍ଟରକ୍ୟାଣ୍ଟିନ ଠାରେ ଥିବା ଏହି ଷ୍ଟୋର୍ର ପ୍ରବନ୍ଧକ ଜନାର୍ଦ୍ଦନ ପଣ୍ଡା କହିଛନ୍ତି। ସେ କହିଲେ, ଏହି ଅଭିଯାନରେ ପ୍ରତି ସପ୍ତାହରେ ପୁରୁଷ ଓ ମହିଳା ଜଗର୍ସ, ଲେଡିଜ୍ ଗ୍ରୀଷ୍ଣ ପୋଷାକ ଓ ଜେଗିନ୍ସ ଉପରେ ସ୍ବତନ୍ତ୍ର ଅଫର ପ୍ରଦାନ କରାଯିବ। ଗ୍ରାହକମାନେ ଡିଜେଆଣ୍ଡସି, ସ୍ପୁଙ୍କ, ଚାମ୍ପିଆନ୍, ବୁଫାଲୋ ଓ ହେ’ ଭଳି ବ୍ରାଣ୍ଡ୍ର ପୋଷାକକୁ ପରଖିପାରିବେ ଏବଂ କିଣିପାରିବେ।
ପୋଷାକ ପରଖିବା ସୁଯୋଗ ଦେଉଛି ଏଫ୍ବିବି
/sambad/media/post_attachments/wp-content/uploads/2019/06/FBB.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)