ଭୁବନେଶ୍ବର: ଫ୍ୟୁଚର ଗ୍ରୁପ୍ର ଏଫ୍ବିବି ପକ୍ଷରୁ ନୂଆ ଏବଂ ଆକର୍ଷଣୀୟ ଟ୍ରାଉଜର କଲେକ୍ସନ-ଫ୍ଲେକ୍ସି ୱେଷ୍ଟ ଜେନ୍ ୨.୦ର ଶୁଭାରମ୍ଭ କରାଯାଇଛି। ଏଫବିବିର ଫର୍ମାଲ ଓୟାର ବ୍ରାଣ୍ଡ୍ ନାଇଟହୁଡ୍ ପକ୍ଷରୁ ପୁରୁଷମାନଙ୍କ ପାଇଁ ଏହି ଆରାମଦାୟକ ଟ୍ରାଉଜର ପ୍ରସ୍ତୁତ କରାଯାଇଛି। ଏହି ଟ୍ରାଉଜରର ଅଣ୍ଟା ୧.୫ ଏକ୍ସ ପର୍ଯ୍ୟନ୍ତ ପ୍ରସାରିତ ହେଉଛି। ଏହା ବିଭିନ୍ନ ରଙ୍ଗରେ ଉପଲବ୍ଧ ହେଉଛି। ଏଫବିବି ସିଓଓ ରାଜେଶ ସେଠ୍ କହିଛନ୍ତି, ନୂଆ କଲେକ୍ସନର ଟ୍ରାଉଜର ଗ୍ରାହକଙ୍କୁ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ଅଧିକ ଆରାମ ପ୍ରଦାନ କରିବ। ନାଇଟ୍ହୁଡ୍ ଦ୍ବାରା ପ୍ରସ୍ତୁତ ଏହି ଟ୍ରାଉଜର୍ ଜରିଆରେ ପୁରୁଷମାନେ ବର୍ତ୍ତମାନ ଅଧିକ ଆରାମ ଅନୁଭବ କରିପାରିବେ ବୋଲି ସେ କହିଛନ୍ତି।
ଏଫ୍ବିବିରେ ନୂଆ ଟ୍ରାଉଜର୍ କଲେକ୍ସନ
/sambad/media/post_attachments/wp-content/uploads/2018/10/download-2.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)