Advertisment

ଭୁବନେଶ୍ୱର: ବଜାଜ ଫାଇନାନ୍ସ ପକ୍ଷରୁ ଆକର୍ଷଣୀୟ ସୁଧହାର ସହ ଅନଲାଇନ ଏଫଡି ସ୍କିମ ଘୋଷଣା କରିଛି । ଏହି ଏଫଡି ସର୍ବାଧିକ ଏଫଡି ହାର ସହିତ ନିୟମିତ ବ୍ୟବଧାନରେ ପେଆଉଟ ପ୍ରଦାନ କରିଥାଏ । ବଜାଜ ଫିନସର୍ଭରେ ଥିବା ଏଫଡି ଇଂଟ୍ରେଷ୍ଟ କାଲକୁଲେଟର ମାଧ୍ୟମରେ ଆପଣ ସଠିକ ମାଚୁରିଟି ସବିଶେଷ ବିଷୟରେ ଜାଣିପାରିବେ ଯାହାକି ନିର୍ଦ୍ଧିଷ୍ଟ ଅବଧି, ପରିମାଣ ଓ ଏଫଡି ପ୍ରକାରକୁ ନେଇ ହିସାବ କରାଯାଇଥାଏ । ଏଥିରେ ଆପଣ ଆକର୍ଷଣୀୟ ଏଫଡିରେଟ ପାଇପାରିବେ ଯାହାକିବିଭିନ୍ନ ଅବଧି ପାଇଁ ପ୍ରଯୁଜ୍ୟ ଅଟେ । ଆପଣ ଆପଣଙ୍କ ଆର୍ଥିକ ଲକ୍ଷ୍ୟ ଓ ନଗଦ ଆବଶ୍ୟକତା ଅନୁସାରେ ନିଜର ଅବଧିକୁ ବାଛିପାରିବେ । ଆପଣଙ୍କର ଜମାଉପରେ ସୁନିଶ୍ଚିତ ରିଟର୍ଣ୍ଣ ପାଇପାରିବେ । ସଂଚୟକୁ ସହଜରେ ବୃଦ୍ଧିକରିବାକୁ ଚାହୁଁଥିବାଲୋକଙ୍କ ପାଇଁ ବଜାଜ ଫାଇନାନ୍ସ ଅନଲାଇନ ଏଫଡି ଉପଯୁକ୍ତ ।ଏହି ଏଫଡିରେ ଆପଣ କଂଟାକ୍ଟଲେସ ଅନଲାଇନ ପ୍ରକ୍ରିୟାରେ ଘରେ ଆରାମରେ ରହି ନିବେଶକରିପାରିବେ ।

ଏହିଏଫଡି ସହାୟତାରେ ଆପଣ ମାସିକ, ତ୍ରୟୋମାସିକ, ଅର୍ଦ୍ଧବାର୍ଷିକ ବା ବାର୍ଷିକ ସୁଧ ଲାଭର ନମନୀୟତା ହାସଲ କରିପାରିବେ । ଏହି ବ୍ୟବସ୍ଥା ବିଶେଷକରି ବରିଷ୍ଠ ନାଗରିକଙ୍କ ପାଇଁ ଉପଯୋଗୀଯେଉଁମାନେ ସଂଚୟରୁ ମାସିକ ଆୟର ଆଶା ରଖିଥାନ୍ତି ।ଏହା ଏକ ଉଦ୍ୟୋଗରେ ପ୍ରଥମ ମାସିକସଂଚୟ ପ୍ଲାନ ଯାହା ଦ୍ୱାରା ଆପଣ ସର୍ବନିମ୍ନ ମାସିକ ସଂଚୟ ଟ.୫୦୦୦ ସହିତ ଆପଣଙ୍କର ସଂଚୟକୁ ବୃଦ୍ଧି କରିପାରିବେ । ଆପଣ ମାସିକ ଭିତିରେ କିମ୍ବା ସମସ୍ତ ରିଟର୍ଣ୍ଣକୁ ଗୋଟିଏ ଦିନରେ ପାଇବାକୁ ବାଛିପାରିବେ ।