ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ନୂଆ ’ଏଫଡି ଏକ୍ସଟ୍ରା’ର ଶୁଭାରମ୍ଭ

ଭୁବନେଶ୍ୱର : ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଏଫଡି ଏକ୍ସଟ୍ରା ର ଶୁଭାରମ୍ଭ କରାଯାଇଛି। ବ୍ୟାଙ୍କ ତରଫରୁ ଏହା ଅଧିନରେ ବିଭିନ୍ନ ପ୍ରକାର ଏଫଡି ଓ ଆରଡି ଉପରେ ସ୍ୱତନ୍ତ୍ର ଧରଣର ନୂତନ ସୁବିଧା ପ୍ରଦାନ କରାଯାଉଛି। ଗ୍ରାହକମାନଙ୍କ ସବୁ ପ୍ରକାର ଜୀବନର ଲକ୍ଷ୍ୟ ଯଥା ମିଆଦୀ ବୀମା, ଘର ଓ କାର୍ ଋଣର ଡାଉନପେମେଣ୍ଟ, ଅବସର ଯୋଜନା, ପିଲାଙ୍କ ପଢ଼ା ଖର୍ଚ ଏବଂ ଗମନାଗମନ ଆବଶ୍ୟକତା ଆଦିକୁ ବିଚାରକୁ ନେଇ ଏଇ ସ୍ୱତନ୍ତ୍ର ମିଆଦୀ ଜମାକୁ ପ୍ରସ୍ତୁତ କରାଯାଇଛି। କିଛି ଦିନ ଭିତରେ ଏହା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ।
ନିକଟରେ ଘୋଷଣା କରାଯାଇଥିବା ବଜେଟ୍ ରେ ମଧ୍ୟ ଟିଡିଏସ ସୀମାକୁ ୧୦ ହଜାର ଟଙ୍କାରୁ ବଢ଼ାଇ ୪୦ ହଜାର ଟଙ୍କା କରାଯାଇଥିବାରୁ ଲୋକମାନେ ବିଶେଷ ଭାବେ ଲାଭବାନ ହେବେ। ଏଫ୍ଡି ଏକ୍ସଟ୍ରାର ପ୍ରଥମ ଉତ୍ପାଦ ହେଉଛି ଏଫ୍ଡି ଲାଇଫ୍ ଯାହା ୧୮-୫୦ ବର୍ଷର ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ଗ୍ରାହକଙ୍କୁ ମାଗଣା ଜୀବନ ବୀମା ସୁବିଧା ପ୍ରଦାନ କରାଯାଉଛି। ଏହି ବର୍ଗର ଅନ୍ୟ ଉତ୍ପାଦଗୁଡ଼ିକ ହେଉଛି ଏଫଡି ଇନଭେଷ୍ଟ ଓ ଏଫଡି ଇନକମ। ଏଫ୍ଡି ଇନଭେଷ୍ଟରେ ଗ୍ରାହକମାନେ ଏସଆଇପିରେ ନିବେଶ କରିପାରିବେ। ଏଫ୍ଡି ଇନକମରେ ଜମା ସୁବିଧା ଏଫଡି ଓ ଆରଡି ଆକାରରେ ମିଳିବ ଯେଉଁଥିରେ ଗ୍ରାହକମାନେ ମାଚ୍ୟୁରିଟି ବେଳେ ସବୁ ଟଙ୍କାକୁ ଏକସଙ୍ଗେ ନେଇପାରିବେ ଅନ୍ୟଥା ନିଜ ସୁବିଧା ଅନୁସାରେ ହାସଲ କରିପାରିବେ।
ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଏଫ୍ଡି ବଦଳରେ ବିନା କୌଣସି ବାର୍ଷିକ ଶୁଳ୍କରେ ତତ୍କାଳ ପ୍ଲାଟିନମ୍ କ୍ରେଡିଟ୍ କାର୍ଡ ପ୍ରଦାନ କରାଯାଉଛି। ଗ୍ରାହକମାନେ ଆଇସିଆଇସିଆଇ ବ୍ୟାଙ୍କର ଯେ କୌଣସି ଶାଖାରେ ପହଂଚି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଜରିଆରେ ଏଫଡି ଏକ୍ସଟ୍ରାର ଲାଭ ଉଠାଇପାରିବେ।
ସମ୍ବନ୍ଧିତ ଖବର