ନୂଆଦିଲ୍ଲୀ: ଦୂରସଂଚାର, ଔଷଧ ପ୍ରସ୍ତୁତି , ଶକ୍ତି ଓ କନ୍ଷ୍ଟ୍ରକ୍ସନ କ୍ଷେତ୍ରକୁ କମ୍ ପରିମାଣର ବିଦେଶୀ ପୁଞ୍ଜିନିବେଶ ଆସିଛି। ଏହାର ପ୍ରଭାବରେ ବିଗତ ଛଅ ବର୍ଷରେ ପ୍ରଥମ ଥର ପାଇଁ ୨୦୧୮-୧୯ରେ ଭାରତକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ) ଆଗମନ କମିଛି। ୨୦୧୮-୧୯ରେ ଦେଶକୁ ୪୪.୩୭ ବିଲିଅନ୍ ଡଲାରର ବିଦେଶୀ ପୁଞ୍ଜିନିବେଶ ଆସିଛି ଯାହା ୨୦୧୭-୧୮ ତୁଳନାରେ ୧% କମ୍। ୨୦୧୭-୧୮ରେ ମୋଟ ୪୪.୮୫ ବିଲିଅନ ଡଲାରର ଏଫ୍ଡିଆଇ ଭାରତକୁ ଆସିଥିଲା।
ଏଫ୍ଡିଆଇ ଆଗମନ କମିଲେ ମୁଖ୍ୟତଃ ଦୁଇଟି ସମସ୍ୟା ସୃଷ୍ଟି ହୋଇଥାଏ। ଦେଶର ବାଲାନ୍ସ ଅଫ୍ ପେମେଣ୍ଟ୍ ସ୍ଥିତି ବିଗିଡ଼ିଯାଏ ଏବଂ ଟଙ୍କାର ମୂଲ୍ୟ ଅନ୍ୟ ଦେଶର ବିନିମୟ ମୁଦ୍ରା ତୁଳନାରେ ହ୍ରାସ ପାଇଥାଏ।
ଶେଷ ଥର ପାଇଁ ୨୦୧୨-୧୩ରେ ଏଫ୍ଡିଆଇରେ ୩୬% ଭଳି ବଡ଼ ଧରଣର ହ୍ରାସ ଦେଖାଦେଇଥିଲା। ୨୦୧୧-୧୨ରେ ଦେଶକୁ ୩୫.୧୨ ବିଲିଅନ୍ ଡଲାର ଏଫ୍ଡିଆଇ ଆସିଥିବା ବେଳେ ଏହାର ପରବର୍ଷ ତାହା ୨୨.୪୨ ବିଲିଅନ୍ ଡଲାରକୁ ଖସିଯାଇଥିଲା। କିନ୍ତୁ ତା ପରଠାରୁ ଏଫ୍ଡିଆଇ ଆଗମନରେ ନିରନ୍ତର ବୃଦ୍ଧି ହୋଇଥିଲା ଓ ୨୦୧୭-୧୮ରେ ତାହା ରେକର୍ଡ ସ୍ତରରେ ପହଞ୍ଚିଥିଲା।
୨୦୧୭-୧୮ ତୁଳନାରେ ୨୦୧୮-୧୯ରେ ସେବା, କମ୍ପ୍ୟୁଟର ସଫ୍ଟଓୟାର, ଟ୍ରେଡିଂ ଓ ଅଟୋମୋବାଇଲ୍ କ୍ଷେତ୍ରକୁ ଅଧିକ ଏଫ୍ଡିଆଇ ଆସିଛି। ମରିସସ୍ରୁ ସର୍ବାଧିକ ୧୬.୨୨ ବିଲିଅନ୍ ଡଲାରର ଏଫ୍ଡିଆଇ ଆସିଛି। ପୂର୍ବରୁ ଏକ ନମ୍ବର ସ୍ଥାନରେ ସିଙ୍ଗାପୁର ରହୁଥିଲା। ଅନ୍ୟ ଯେଉଁ ଦେଶରୁ ଭାରତକୁ ଅଧିକ ଏଫ୍ଡିଆଇ ଆସିଛି ସେଗୁଡ଼ିକ ହେଉଛି ଜାପାନ, ନେଦରଲ୍ୟାଣ୍ଡ୍, ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନି, ସାଇପ୍ରସ୍, ୟୁଏଇ ଓ ଫ୍ରାନ୍ସ।
ଛଅ ବର୍ଷ ପରେ କମିଲା ଏଫ୍ଡିଆଇ
ମରିସସ୍ରୁ ଆସିଛି ସର୍ବାଧିକ
/sambad/media/post_attachments/wp-content/uploads/2019/05/FDIjpg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)