ସାର ସବ୍‌ସିଡି ବଢ଼ିଲା

ନୂଆଦିଲ୍ଲୀ : ଅଣ ୟୁରିଆ ସାର ଯଥା ନାଇଟ୍ରୋଜେନ, ଫସଫରସ, ପଟାସ୍‌ ଏବଂ ସଲଫର୍ ଆଦି ସରକାର ବାବଦ ସବ୍‌ସିଡିକୁ ସରକାର ବୃଦ୍ଧି କରିଛନ୍ତି। ଫସ‌ଫଟେ୍ ଏବଂ ପଟାସ୍ ସାର ଉପରେ ପୋଷକ ଆଧାରିତ ସବ୍‌ସିଡି ପ୍ରଦାନ ନେଇ ସାର ବିଭାଗର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି (ସିସିଇଏ) ଏହାକୁ ଅନୁମୋଦନ ଦେଇଛି। ଏହି ପୋଷକ ଆଧାରିତ ସବସିଡି ଦର ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖରୁ ଲାଗୁ କରାଯିବ। ଗୋଟିଏ ‌କିଗ୍ରା ନାଇଟ୍ରୋଜେନ୍, ଫସଫରସ, ପଟାସ ଏବଂ ସଲଫର ଉପରେ ଯଥାକ୍ରମେ ୧୮ ଟଙ୍କା ୯୦ ପଇସା, ୧୫ ଟଙ୍କା ୨୧ ପଇସା, ୧୧ ଟଙ୍କା ୧୨ ପଇସା ଏବଂ ୩ ଟଙ୍କା ୫୬ ପଇସାର ସବ୍‌ସିଡି ଲାଗୁହେବ। ଉପରୋକ୍ତ ସାର ଉପରେ ସବ୍‌ସିଡି ପ୍ରଦାନ ବାବଦରେ ସରକାରଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୨୨,୮୭୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ କରିବାକୁ ହେବ ବୋଲି ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଏହାଫଳରେ କୃଷକମାନେ ସୁଲଭ ମୂଲ୍ୟରେ ସାର ପାଇପାରିବେ ବୋଲି ଆଶା ରଖାଯାଇଛି। ଏଥିଯୋଗୁ ସାର ବ୍ୟବହାରରେ ସନ୍ତୁଳଳତା ଆସିବ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର