ଆଜି ମଧ୍ୟରାତ୍ରରୁ ଅନ୍‌ଲାଇନ୍‌ ସପିଂ ସାଇଟ୍‌ଗୁଡ଼ିକରେ ଆକର୍ଷଣୀୟ ଅଫର୍‌: କିସ୍ତିରେ କିଣି ହେବ ସାମଗ୍ରୀ, ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି

ମୁମ୍ବାଇ: ପର୍ବ ଆସି ଦୁଆର କବାଟ ପିଟିଲାଣି! ଏହି ସୁଯୋଗ ନେଇ ଗ୍ରାହକମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଭଳିିକି ଭଳି ଅଫର୍‌ ଦେବାରେ ଲାଗିପଡ଼ିଲେଣି ଇ-କମର୍ସ ସାଇଟ୍‌ଗୁଡ଼ିକ। ଅନ୍‌ଲାଇନ୍‌ ସପିଂ ସାଇଟ୍‌ ‘ଫ୍ଲିପ୍‌କାର୍ଟ’ ତା’ର ‘ଦ ବିଗ୍‌ ବିଲିୟନ୍‌ ଡେଜ୍‌’ ଆରମ୍ଭ କରିବାର ଯୋଜନା କରୁଥିବା ବେଳେ ‘ଆମାଜନ୍‌’ ତା’ର ‘ଗ୍ରେଟ୍‌ ଇଣ୍ଡିୟାନ୍‌ ଫେଷ୍ଟିଭାଲ୍‌’ ଦେବାର ଯୋଜନା କରିଛି। ଏହି ଦୁଇଟି ସାଇଟ୍‌ ବ୍ୟତୀତ ‘ଗ୍ରୋଫର୍ସ’, ‘ସ୍ନାପ୍‌ଡିଲ୍‌’, ‘ମିଣ୍ଟ୍ରା’ ଆଦି ଅନ୍‌ଲାଇନ୍‌ ସପିଂ ସାଇଟ୍‌ଗୁଡ଼ିକ ବି ନିଜ ନିଜର ମୁତାବକ ଅଫର୍‌ ଦେବା ପାଇଁ ପ୍ରସ୍ତୁତ ହେଲେଣି।

www.latestly.com

ଏହି ଅଫର୍‌ ସବୁ ଆଜି ମଧ୍ୟରାତ୍ରୀ(ସେପ୍ଟେମ୍ବର ୨୯, ୧୨ଟା)ରୁ ଲାଗୁ ହୋଇଯିବ। ଅଫର୍‌ଗୁଡ଼ିକ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ‘ଫ୍ଲିପ୍‌କାର୍ଟ’ ଓ ‘ଆମାଜନ୍‌’ରେ ନିର୍ଦ୍ଦିଷ୍ଟ ସାମଗ୍ରୀ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ରହିଛି। ଘରକରଣାରୁ ନେଇ ଲୁଗାପଟା, ଖାଦ୍ୟ, କସ୍‌ମେଟିକ୍‌, ମୋବାଇଲ୍‌ ଆଣ୍ଡ୍‌ ଗ୍ୟାଜେଟ୍‌ ଓ ଆସବାପତ୍ର ଆଦି ଉପରେ ଏହି ଅଫର୍‌ ଲାଗୁ ହେବ। ପ୍ରାଇମ୍‌ ମେମ୍ବରମାନଙ୍କ ପାଇଁ ଆଜି ରାତି ୮ଟାରୁ ଏହି ଅଫର୍‌ ଲାଗୁ ହୋଇଯିବ। ତେବେ ପ୍ରତ୍ୟେକ ଅନ୍‌ଲାଇନ୍‌ ସପିଂ ସାଇଟ୍‌ଗୁଡ଼ିକରେ ସହଜ ଇଏମ୍‌ଆଇ(କିସ୍ତି) ବ୍ୟବସ୍ଥା ସହ କ୍ୟାସ୍‌ ଅନ୍‌ ଡେଲିଭରି ବ୍ୟବସ୍ଥା ମଧ୍ୟ ଉପଲବ୍ଧ।

ସମ୍ବନ୍ଧିତ ଖବର