ପୁଣି ଥରେ ଲକଡାଉନ ହେଲେ ଅର୍ଥନୀତି ଭୁଷୁଡ଼ିପଡ଼ିବ, ରାଜ୍ୟ ସରକାରଙ୍କୁ ସତର୍କ କରାଇଲା ଫିକ୍କି

ଭୁବନେଶ୍ବର : ଓଡ଼ିଶା ସମେତ ସାରା ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢିଚାଲିଥିବାବେଳେ ଓଡ଼ିଶା ସରକାର ଆସନ୍ତା ୧୭ ତାରିଖରୁ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଓ ୧୦ଟି ସୀମାବର୍ତ୍ତୀ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି । ତେବେ ରାଜ୍ୟରେ ପୁଣି ଥରେ ଲକଡାଉନ, ଏପରିକି ଆଂଶିକ ଲକଡାଉନ ମଧ୍ୟ ନ ଲଗାଇବାକୁ ଶିଳ୍ପ ସଂଗଠନ ଫିକ୍କି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ଫିକ୍କି ପକ୍ଷରୁ କୁହାଯାଇଛି ଯେ ଗତ ବର୍ଷ ଲକଡାଉନ ଲାଗୁ କରିବା ଜରୁରୀ ଥିଲେ ମଧ୍ୟ ତାହାଯୋଗୁଁ ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏବେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଥିବାବେଳେ ପୁଣି ଥରେ ଲକଡାଉନ ଲଗାଇଲେ ଅର୍ଥନୀତି ପୁଣି  ନିମ୍ନଗାମୀ ହେବ ।

ଲକଡାଉନ କରିବା ବଦଳରେ ସରକାର କୋଭିଡ୍ ପରୀକ୍ଷା ବୃଦ୍ଧି କରିବା ସହ ଲୋକମାନଙ୍କୁ ସଚେତନ କରି ଓ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ଦେଇ କରୋନାର ମୁକାବିଲା କରିହେବ । କରୋନା ପରୀକ୍ଷା ସଂଖ୍ୟା ବୃଦ୍ଧି କରିବାକୁ ଅଧିକରୁ ଅଧିକ ଘରୋଇ ଲାବରୋଟୋରୀକୁ ଅନୁମତି ଦିଆଯାଇପାରିବ ବୋଲି ବୋଲି ଫିକ୍କି କହିଛି ।

ସମ୍ବନ୍ଧିତ ଖବର