ବାଲ୍‌କୋ ମେଡିକାଲ୍‌ ସେଣ୍ଟର୍‌ର ପଞ୍ଚମ ପ୍ରତି‌ଷ୍ଠା ଦିବସ

ନୟା ରାୟପୁର : ବାଲ୍‌କୋ ମେଡିକାଲ୍ ସେଣ୍ଟର ପକ୍ଷରୁ ପଞ୍ଚମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିବା ବେଳେ ହାଲ୍‌ସାୟନ୍ ରେଡିଓଥେରାପି ମେସିନ୍‌ର ଶୁଭାରମ୍ଭ କରାଯାଇଛି। ୨୦୧୮ରେ ବେଦାନ୍ତର ମୁଖ୍ୟ ଅନିଲ ଅଗ୍ରୱାଲ୍ ଏହି ହସ୍ପିଟାଲ୍‌କୁ ଲୋକଙ୍କ ସେବା ଲାଗି ସମର୍ପିତ କରିଥିଲେ। ମେଡିକାଲ୍‌ର ଅଧ୍ୟକ୍ଷା ଜ୍ୟୋତି ଅଗ୍ରୱାଲ୍ କହିଛନ୍ତି ଯେ ରେଡିଓଥେରାପି ମେସିନ୍‌ ହେଉଛି ଅତ୍ୟାଧୁନିକ ଲିନିୟର ଆସେଲରେଟର। କେନ୍ଦ୍ରୀୟ ଭାରତର ଏକମାତ୍ର ମେଡିକାଲ୍ ଭାବେ ବାଲ୍‌କୋ ମେଡିକାଲ୍ ସେଣ୍ଟର୍‌ରେ ଏହି ମେସିନ ରହିଛି। ଗତ ପାଞ୍ଚ ବର୍ଷରେ ଆମ ହସ୍ପିଟାଲ୍‌କୁ ଆସିଥିବା ପ୍ରତି କ୍ୟାନସର ରୋଗୀଙ୍କୁ ଆମେ ଶ୍ରେଷ୍ଠ ଚିକିତ୍ସା ସୁବିଧା ପ୍ରଦାନ କରିବାକୁ ଉଦ୍ୟମ କରିଛୁ ବୋଲି ସେ କହିଛନ୍ତି।

ପ୍ରତିଷ୍ଠା ଦିବସ ଅବସରରେ ବାଲ୍‌କୋ ପକ୍ଷରୁ ଏକ ୱାକାଥନ୍ ଆୟୋଜନ କରାଯାଇଥିଲା ଯେଉଁଥିରେ ୭୦୦ ଲୋକ ଯୋଗ ଦେଇଥିଲେ। ଏହାବ୍ୟତୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ନୋ ଟବାକୋ’ ବିଷୟବସ୍ତୁ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କ୍ୟାନସର ରୋଗରୁ ଭଲ ହୋଇଥିବା ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ନେଇ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ମେଡିକାଲ୍‌ର ଡାକ୍ତର ଭାବନା ସିରୋହି ଓ ଡକ୍ଟର ଗୌରବ ଗୁପ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର