ଛାତ୍ରଛାତ୍ରୀଙ୍କ ପାଇଁ ଫିଟ୍‌ଜିର କୋଭିଡ୍‌ ନୀତି

ଭୁବନେଶ୍ବର: ସାମାଜିକ ଦାୟିତ୍ବବୋଧତା ପ୍ରତି ପ୍ରତିବଦ୍ଧତାକୁ ଦୋହରାଇ ଦେଶର ଅଗ୍ରଣୀ କୋଚିଂ ଅନୁଷ୍ଠାନ ଫିଟ୍‌ଜି ପକ୍ଷରୁ ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜାରି ରଖିବା ଲାଗି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍‌ଲାଇନ୍ ଶିକ୍ଷାଦାନ ଜରିଆରେ ଏହା ପାଠପଢ଼ା ଜାରି ରଖିଛି। କୌଣସି ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେଭଳି ପ୍ରଭାବିତ ନହୁଏ ତାହା ନିଶ୍ଚିତ କରିବା ଲାଗି ଫିଟ୍‌ଜି ପକ୍ଷରୁ କୋଭିଡ୍ ନୀତି ଘୋଷଣା କରାଯାଇଛି। ମହାମାରୀ ସମୟରେ ଜଣେ କିମ୍ବା ଦୁଇ ଜଣ ଅଭିଭାବକଙ୍କୁ ହରାଇଥିବା ଛାତ୍ରଛାତ୍ରୀଙ୍କୁ ଏହା ଫି’ ଛାଡ଼ ଓ କୋଭିଡ୍ ସ୍କଲାରସିପ୍ ଭଳି ସୁବିଧା ପ୍ରଦାନ କରୁଛି। ଫିଟ୍‌ଜିର କୋଭିଡ୍‌ ନୀତି ଅନୁଯାୟୀ ଅନୁଷ୍ଠାନରେ ନାମ ଲେଖାଇଥିବା କୌଣସି ଛାତ୍ର/ଛାତ୍ରୀ ଯଦି ପରିବାରର ଆୟକାରୀ ସଦସ୍ୟଙ୍କୁ ହରାଇଥିବେ, ତାଙ୍କର ସମସ୍ତ ଭବିଷ୍ୟତର ଫି’ ଯଥା ଟ୍ୟୁସନ ଫି’, ପାଠ୍ୟ ଉପକରଣ ଫି’, ଟେଷ୍ଟ ସିରିଜ୍ ଫି’ ୧୦୦% ପର୍ଯ୍ୟନ୍ତ ଛାଡ଼ କରାଯିବ। ଉଭୟ ଅଭିଭାବକଙ୍କୁ ହରାଇଥିବା କୌଣସି ଛାତ୍ର କିମ୍ବା ଛାତ୍ରୀ ନୂତନ ଭାବେ ନାମ ଲେଖାଇବାକୁ ଚାହୁଥିଲେ ତାଙ୍କୁ ମଧ୍ୟ ଫି’ ଉପରେ ୧୦୦% ପଯ୍ୟନ୍ତ ଛାଡ଼ ସୁବିଧା ମିଳିବ।

ସମ୍ବନ୍ଧିତ ଖବର