ଭୁବନେଶ୍ୱର: ଫିଟ୍ଜି ପକ୍ଷରୁ ଆଇଆଇଟି ଜିନିଅସ୍ ସ୍କଲାରସିପ୍ ବିଷୟରେ ଘୋଷଣା କରାଯାଇଛି। ଫିଟ୍ଜି ପକ୍ଷରୁ ଅଷ୍ଟମରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତର ଶ୍ରେଷ୍ଠ ୧୦ ବିଦ୍ୟାର୍ଥୀଙ୍କୁ ଏହି ସ୍କଲାରସିପ୍ ପ୍ରଦାନ କରାଯିବ। ସେହି ଛାତ୍ରଛାତ୍ରୀମାନେ ଯଦି କୌଣସି ଆଇଆଇଟିରେ ପାଠ ପଢ଼ିବେ ତେବେ ସେମାନଙ୍କ ଶିକ୍ଷା ଖର୍ଚକୁ ଫିଟ୍ଜି ବହନ କରିବ। ବିଦ୍ୟାର୍ଥିମାନଙ୍କୁ ଆଇଆଇଟି ଜିନିଅସ ପରୀକ୍ଷା ଏବଂ ପରବର୍ତ୍ତି ସାକ୍ଷାତକାର ଆଧାରରେ ଦିଲ୍ଲୀ ଏବଂ ହାଇଦ୍ରାବାଦ ଠାରେ ଚୟନ କରାଯିବ ବୋଲି ଫିଟଜି ଭୁବନେଶ୍ୱର କେନ୍ଦ୍ରର ମୁଖ୍ୟ ରଣଜୟ ବର୍ଦ୍ଧନ କହିଛନ୍ତି। ଚଳିତ ବର୍ଷ ଫେବ୍ରୁଆରି ୪ରେ ଏହି ପରୀକ୍ଷା ହେବ।
ଫିଟ୍ଜିର ଆଇଆଇଟି ଜିନିଅସ୍ ସ୍କଲାରସିପ୍
/sambad/media/post_attachments/wp-content/uploads/2018/01/FIITJEE-Talent-Support-Exam.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)