ଡାଲମିଆ ଭାରତକୁ ଫିକି ଇଣ୍ଡିଆନ ସର୍କୁଲାର ଇକୋନମି ପୁରସ୍କାର

ନୂଆଦିଲ୍ଲୀ : ଡାଲମିଆ ଭାରତକୁ ଫିକି ଇଣ୍ଡିଆନ ସର୍କୁଲାର ଇକୋନମି ଆୱାର୍ଡସ୍‌ ୨୦୨୨ ସମାରୋହରେ ବୃହତ ବର୍ଗରେ ପୁରସ୍କୃତ କରାଯାଇଛି। ଫିକି ସର୍କୁଲାର ଇକୋନମି ସିମ୍ପୋଜିୟମ୍ ୨୦୨୨‌ର ଉଦଘାଟନୀ ସମାରୋହରେ ଏହି ପୁରସ୍କାର ଦିଆଯାଇଛି। ୟୁରୋପୀୟ ସଂଘର କାଉନ୍‌ସେଲର ଡକ୍ଟର ମାଇକେଲ୍ ବୁକିଙ୍କଠାରୁ କଂପାନିର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡକ୍ଟର ଅରବିନ୍ଦ ବୋନ୍ଧକର ପୁରସ୍କାର ଗ୍ରହଣ କରିଛନ୍ତି। ଏହି ପୁରସ୍କାର ଲାଗି ବିଚାରପତି ମଣ୍ଡଳୀରେ ଇକ୍ୟୁବ୍‌ ଇନଭେଷ୍ଟ୍‌ମେଣ୍ଟ୍‌ସର ଅଧ୍ୟକ୍ଷ ଡକ୍ଟର ମୁକୁନ୍ଦ ରାଜନ, ସୁନ୍ଦର ଟେକ୍ସଟାଇଲ୍‌ର ଇଡି ମ୍ରିଦୁଳା ରମେଶ ଓ ଦି ରୟାଲ ଡାନିସ୍‌ ଏମ୍ବାସିର ପରିବେଶ କାଉନ୍‌ସେଲର କ୍ୟାସ୍‌ପର ମେଲ୍ୟାଣ୍ଡ୍‌ ଥିଲେ।

ସମ୍ବନ୍ଧିତ ଖବର